ବାର୍ଷିକ କ୍ରୀଡ଼ାପ୍ରତିଯୋଗିତା 2026 ଅନୁଷ୍ଠିତ

2

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )–:ସ୍ଥାନୀୟ ବେଲଗୁଣ୍ଠାବିଜ୍ଞାନ ମହାବିଦ୍ୟାଳୟର 27 ତମବାର୍ଷିକ କ୍ରୀଡ଼ ପ୍ରତିଯୋଗିତା 2026 ଅନୁଷ୍ଠିତ ହୋଇଯାଇଛି। ପ୍ରାତଃରେ ବେଲଗୁଣ୍ଠା ର ଆରାଧ୍ୟ ଦେବତା ଲକ୍ଷ୍ମୀନୃସିଂହ ମହାପ୍ରଭୁଙ୍କ ମନ୍ଦିରୁ କ୍ରୀଡ଼ା ମସାଲକୁଅଣା ଯାଇଥିଲା। ଏବଂ ଏହି ମସାଲକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ସ୍ଵଗତ କରିଥିଲେ । କ୍ରୀଡ଼ା ଉତ୍ସବକୁ ଅଧ୍ୟକ୍ଷ ପଟ୍ଟନାୟକ ଆରମ୍ଭ କରିଥିଲେ । ଏବଂ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ କ୍ରୀଡ଼ା ଉତ୍ସବ ର ଶପଥ ପାଠ କରିଥିଲେ । ପୁରୁଷ ବିଭାଗର 100 ମିଟର,400ମିଟର ଦୌଡ଼ ଏବଂ ଲଙ୍ଗଜମ, ହାଇଜମ୍, ଡିସକସ୍‌ପ୍ରୋ,ସଟ୍ ଫୁଟ୍ ଏବଂ ମହିଳା ବିଭାଗର 100 ମିଟର,200ମିଟର,ଲଙ୍ଗଜମ୍,ହାଇଜମ୍,ସଟ୍ ଫୁଟ୍,ଡିସକସ୍‌ପ୍ରୋ ଏବଂ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏହି କ୍ରୀଡ଼ା ଉତ୍ସବର ପ୍ରତିଯୋଗିତାକୁ ଅଧ୍ୟାପକ ଅଶୋକ କୁମାର ସ୍ଵାଇଁ ଧାରା ବିବରଣୀ ପ୍ରଦାନ କରି ପରିଚାଳନା କରିଥିଲେ ଏବଂ ସମସ୍ତ କ୍ରୀଡ଼ା ପ୍ରତିଯୋଗିତାକୁ ଅଧ୍ୟାପକ ଅଶୋକ କୁମାର ପ୍ରଦାନ,ଅଧ୍ୟାପକ ଅଜୟ କୁମାର ବିଶ୍ଵାଳ,ଅଧ୍ୟାପକ ଡ଼. ପ୍ରଫୁଲ କୁମାର ଜେନା, ଅଧ୍ୟାପକ ସପନ କୁମାର ପ୍ରଧାନ,ଅଧ୍ୟାପିକା ପିଙ୍କି ପାତ୍ର,ଅଧ୍ୟାପିକା ସୁଶ୍ରୀ ଲକ୍ଷ୍ମୀ ଗୌଡ଼ ପରିଚାଳନା ରେ ସହଯୋଗ କରିଥିଲୋ ସମସ୍ତ କ୍ରୀଡ଼ା ପ୍ରତିଯୋଗିତା କ୍ରୀଡ଼ା ଶିକ୍ଷକ ବିଶ୍ଵରଂଜନ ସ୍ଵାଇଁ,କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାରପୋଲେଇ ଏବଂ ଯୋଗ ଶିକ୍ଷକ ଜିଲ୍ଲୀପ କୁମାର ରେଡ଼ି ଙ୍କ ତତ୍ତ୍ଵବଧାନରେ ସଫଳ ହୋଇଥିଲା ଏହି କ୍ରୀଡ଼ା ପ୍ରତିଯୋଗିତାରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇ କ୍ରୀଡ଼ାପ୍ରେମିକୁ ଉତ୍ସହିତ କରିଥିଲେ ।ଅଣଶିକ୍ଷକ କର୍ମ ଚାରୀଙ୍କ ମଧ୍ୟରେ ପ୍ରଶାନ୍ତ ମହାନ୍ତି, ମହେନ୍ଦ୍ର ପ୍ରଧାନ, ପ୍ରଶାନ୍ତ ପରିଡ଼ା, ମାଲବରଡ଼, ସନ୍ତୋଷ ଗୌଡ଼ଓ ଶତ୍ରୁଘନ ଗୌଡ଼ ଓ ଅନ୍ୟ ଅନ୍ୟା କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ଗ୍ରନ୍ଥଗା ରିକ ରଂଜିତ୍‌ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.