ଫୁଲବାହାଡ଼ି ସାହି ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ଓ ଜାତୀୟ ବାଳିକା ଦିବସ ପାଳିତ

2

କେନ୍ଦୁଝର,ତା୨୯/୧- ଶିରିଷପାଳ ଗ୍ରାମପଂଚାୟତ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ,ଫୁଲବାହାଡ଼ି ସାହିର ବାର୍ଷିକ ଉତ୍ସବ ଓ ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ସଦର ବ୍ଲକର ସହ-ଶିକ୍ଷାଅଧିକାରୀ କପିଳ ଚନ୍ଦ୍ର ଦାଶ, ସମ୍ମାନୀତ ଅତିଥି ଶିରିଷପାଳ କ୍ଲଷ୍ଟରର ସି. ଆର.ସି ରଶ୍ମିତା ଦାଶ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋବିନ୍ଦପୁରର ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ସାହୁ ଓ ସହକାରୀ ଶିକ୍ଷକ ବିଜୟ କୁମାର ମିଶ୍ର, ନରଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ମହାନ୍ତ ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନୁପମା ପତି ଯୋଗ ଦେଇଥିଲେ। ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ମହାପାତ୍ର ଅତିଥି ମାନଙ୍କର ପରିଚୟ ପ୍ରଧାନ ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ ଏବଂ ସହକାରୀ ଶିକ୍ଷକ ବିକ୍ରମ କୁମାର ସ୍ୱାଇଁ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। କୋମଳମତୀ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ପ୍ରଦାନ କାର୍ଯ୍ୟ ସମ୍ପାଦନା କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ଟାଟା ଅସ୍ପେୟାର ଦୁଇ କର୍ମୀ ରଶ୍ମିତା ପ୍ରଧାନ ଓ ହିମାଦ୍ରୀ ମହାରଣା ଉପସ୍ଥାପନା ଓ ରୂପସଜ୍ଜା କରିଥିଲେ ଏବଂ ଅନ୍ୟ ଜଣେ ସ୍ଵେଚ୍ଛାସେବୀ କର୍ମୀ ସୋନଲୀ ଗିରି ସୁନ୍ଦର ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ଶିରିଷପାଳ କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋବିନ୍ଦପୁରର ପ୍ରଧାନ ଶିକ୍ଷୟୀତ୍ରୀ ତିଳୋତ୍ତମା ସାହୁ ଓ ବିଜ୍ଞାନ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କୁ ବିଜ୍ଞାନକ୍ଷେତ୍ରରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ରାଜ୍ୟ ତଥା ଜାତୀୟସ୍ତରରେ ଭାଗ ନେବାରେ ସୁଯୋଗ ପ୍ରଦାନ କରିଥିବାରୁ ତାଙ୍କର ନିଃସ୍ୱାର୍ଥପର ଓ ଅଦମ୍ୟ ସେବା ନିମନ୍ତେ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।ସେଚ୍ଛାସେଵୀ ସୋନଲୀ ଗିରି ବିଦ୍ୟାଳୟର ପିଲାମାନଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଉଚ୍ଚକୋଟିର ନୃତ୍ୟ ଶିକ୍ଷା ଥିବାରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନିତ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ବିଦ୍ୟାଳୟର ଏସଏମସିର ସଭାପତି ଜନାର୍ଦ୍ଦନ ମହାରଣା, ଉପ-ସଭାପତି ସାବିତ୍ରୀ ମୁଣ୍ଡା, ଏସଏମସି କମିଟି ମେମ୍ବର, ଗ୍ରାମବାସୀ, ରୋଷେୟା ରାଇମୁନି ଟୁଡୁ ଓ ସୁରୁ ମୁଣ୍ଡା ପୂର୍ଣ୍ଣ ସହଯୋଗ କରିଥିଲେ।

Leave A Reply

Your email address will not be published.