ବ୍ଲକ ସ୍ତରୀୟ ପ୍ରାଥମିକ ଶିକ୍ଷକ ସଂଘର ନେତୃବୃନ୍ଦ ଚୟନ

2

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବିଭିନ୍ନ ନେତୃବୃନ୍ଦଙ୍କ ଚୟନ ପ୍ରକ୍ରିୟା ଶେଷ ହୋଇଛି। ଏହି ଅବସରରେ ପଡିଆ ବ୍ଲକର ନୂତନ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୀତାରାମ ମାଡି,
ଉପସଭାପତି ସୁମନ୍ତ ଖଟେଇ, ସମ୍ପାଦକ ସୁରେଶ ମେହେଟା, ସହସମ୍ପାଦକ ରାଜେନ୍ଦ୍ର ମହାରଣା, ସଭାନେତ୍ରୀ କୋରାପୁ ସରୋଜିନୀ ଓ ଜିଲ୍ଲା ସହ ସମ୍ପାଦକ ଭାବେ ଇଶ୍ୱର ଚନ୍ଦ୍ର ସାଓଲାମୀଙ୍କୁ ମନୋନୀତ କରାଯାଇଛି। ଆଗାମୀ ଦିନରେ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ, ଏକତା ବଜାଇ ରଖିବା ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିବା ଦିଗରେ ପ୍ରାଥମିକ ଶିକ୍ଷକ ସଂଘ କାର୍ଯ୍ୟରତ ରହିବ ବୋଲି ନୂତନ ଭାବେ ମନୋନୀତ ସଦସ୍ୟ ମାନେ କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ବ୍ଲକ ଶିକ୍ଷକ ସଂଘର ବରିଷ୍ଠ ଶିକ୍ଷକ ଟୋକାଲ ବିଚ୍ଚେମ, ଦିଲ୍ଲୀପ କୁମାର ନାୟକ, ମାଡି ନାଗେଶ୍ଵର ଓ ଦୟାଲ ବୈରାଗୀ ପ୍ରମୁଖ ପରିଚାଳନା କରିଥିବା ବେଳେ ପଡିଆ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବିଭିନ୍ନ ପ୍ରାନ୍ତରୁ ଶିକ୍ଷକ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.