କେନ୍ଦୁଝର,ତା୨୮/୧- ୭୭ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟଠାରୁ ବାଲ୍ୟ ବିବାହ ନିବାରଣ ନିମନ୍ତେ ଏକ ସାଇକେଲ ରାଲି ଆୟୋଜନ କରାଯାଇଥିଲା। ମାନ୍ୟବର ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ଜିଲ୍ଲାପାଳ ଶ୍ରୀ ବିଶାଳ ସିଂହ ପତାକା ଦେଖାଇ ଏହି ରାଲିର ଶୁଭାରମ୍ଭ କରିଥିଲେ। ଅଂଶଗ୍ରହଣକାରୀମାନେ ମାଇନିଂ ସ୍କୋୟାର ଦେଇ କେନ୍ଦୁଝର ଟାଉନ୍ ଥାନା ଛକ ଅଭିମୁଖେ ସାଇକେଲ ରାଲି କରିଥିଲେ। ରାଲିର ମୁଖ୍ୟ ବିଷୟବସ୍ତୁ ଥିଲା ‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନା ଅଧୀନରେ ‘ବାଲ୍ୟବିବାହ ମୁକ୍ତ ଭାରତ’। କାର୍ଯ୍ୟକ୍ରମରେ ମାନ୍ୟବର ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଜିଲ୍ଲାପାଳ, ପୋଲିସ ଅଧିକ୍ଷକ, ବନଖଣ୍ଡ ଅଧିକାରୀ, ଅତିରିକ୍ତ ଜିଲ୍ଲପାଳ (ସାଧାରଣ), ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ, ଜିଲ୍ଲା ସୁରକ୍ଷା ଅଧିକାରୀ, ସଦର ଶିଶୁ ବିକାଶ ଯୋଜନା ଅଧିକାରୀ, ମହିଳା ପର୍ଯ୍ୟବେକ୍ଷକ, ଅଙ୍ଗନୱାଡି କର୍ମୀ, କେନ୍ଦୁଝର ଜିଲ୍ଲାର ଡିପିସି ମମତା ଏବଂ ଡିଏଚଇଡବ୍ଲୁର କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୧୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ଏବଂ ସମ୍ମାନିତ ବ୍ୟକ୍ତିମାନେ ବାଲ୍ୟବିବାହ ବନ୍ଦ କରିବା ପାଇଁ ବାର୍ତ୍ତା ଦେଇଥିଲେ ଏବଂ ସଚେତନତା ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.