କେନ୍ଦୁଝର,ତା୨୮/୧- କେନ୍ଦୁଝର ଉପାନ୍ତ ଗୋଧୂଳି ଗ୍ରାମରେ ୭୭ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଗ୍ରାମ ବିପ୍ଲବୀ ଧରଣୀଧରଙ୍କ କର୍ମସ୍ଥଳୀ ଥିଲା ଏହିଠାରେ ସେ ଅବସ୍ଥାପିତ ହୋଇ ସିଂହଭୂମ, କେନ୍ଦୁଝର ଜମି ମାପ କରି ସମାଧାନ କରିଥିଲେ। ତେଣୁ ଆଜି ବି ସେଠାରେ ଲୋକଙ୍କ ମଧ୍ୟରେ କୌଣସି ବିବାଦ ନାହିଁ। ପୁଣ୍ୟତୋୟା ବୈତରଣୀ କୂଳରେ ଥିବା ଏହି ଆଦିବାସୀ ବହୁଳ ଗ୍ରାମରେ ଗଣତନ୍ତ୍ର ପାଳନର ସ୍ୱତନ୍ତ୍ରତା ରହିଛି। ସକାଳୁ ଗ୍ରାମ ସ୍କୁଲ ପିଲାମାନେ ପ୍ରଭାତ ଫେରି କରି ବିଦ୍ୟାଳୟରେ ପତାକା ଉତ୍ତୋଳନ ଦେଖି ଷ୍ଟାଡ଼ିୟମ ଯାଇଥିଲେ। ସେହିପରି ଗ୍ରାମର ଧରଣୀଧର ଯୁବ ବିକାଶ ପରିଷଦ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା। ସଭାପତି ଶଶାଙ୍କ ଶେଖର ନାୟକ ଏଠାରେ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ।
Sign in
Sign in
Recover your password.
A password will be e-mailed to you.