କେନ୍ଦୁଝର,ତା୨୮/୧- ଜିଲ୍ଲା ଖଣିଜ ଅନୁଷ୍ଠାନ (ଡିଏମଏଫ୍)ର ଅର୍ଥ ସହାୟତାରେ ଚାଲିଥିବା ଡିଏମଏଫ୍- ଉଦ୍ୟମୀ ପ୍ରକଳ୍ପ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ସଦର ବ୍ଲକର କାଶୀପୁର ଠାରେ ରୁଦ୍ରନାରାୟଣ ଲୋହରଙ୍କ ଏକ ଚଷମା ତିଆରି ଓ ବିକ୍ରୟ କେନ୍ଦ୍ରର ଶୁଭ ଉଦଘାଟନ ସଫଳତାର ସହ ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କେନ୍ଦୁଝର ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ସୁଧା ଓରାମ, ଡିଏମଏଫର ପ୍ରଦୀପ କୁମାର ପ୍ରଧାନ, ବରିଷ୍ଠ ଅଧିକାରୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଉଦ୍ୟମୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲ ଏବଂ କାର୍ଯ୍ୟକ୍ରମର ଶୁଭଦ୍ଘାଟନ କରିଥିଲେ। ଅତିଥିମାନେ ତାଙ୍କ ଭାଷଣରେ କହିଥିଲେ ଯେ ଡିଏମଏଫ୍ ଉଦ୍ୟମୀ ପ୍ରକଳ୍ପ ମାଧ୍ୟମରେ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ସ୍ୱୟଂରୋଜଗାର ସୁଯୋଗ ମିଳୁଛି ଏବଂ ଗ୍ରାମୀଣ ଅର୍ଥନୀତି ସୁଦୃଢ଼ ହେଉଛି। ଏପରି ମାଇକ୍ରୋ ଉଦ୍ୟମଗୁଡ଼ିକ ଆଗାମୀ ଦିନରେ ରୋଜଗାର ସୃଷ୍ଟି ସହ ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହନ ହେବ ବୋଲି ମତ ପ୍ରକାଶ କରିଥିଲେ। ଭାରତୀୟ ଉଦ୍ୟମତା ବିକାଶ ସଂସ୍ଥା (ଇ.ଡି.ଆଇ.ଆଇ)ଦ୍ୱାରା ରୂପାୟଣ ହେଉଥିବା ଡିଏମଏଫ୍ ଉଦ୍ୟମୀ କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ୫ ବର୍ଷ ମଧ୍ୟରେ ୩୫୦୦ଟି ନୂତନ ବ୍ୟବସାୟ/ଉଦ୍ୟମ ସୃଷ୍ଟି କରିବାକୁ ଲକ୍ଷ୍ୟ ଧରାଯାଇଛି। ଏହି ଲକ୍ଷ୍ୟ ପାଇଁ ଇ.ଡି.ଆଇ.ଆଇ ଦ୍ୱାରା ସ୍ଥାନୀୟ ଯୁବକ-ଯୁବତୀ ଓ ମହିଳାମାନଙ୍କୁ ବ୍ୟବସାୟିକ ତାଲିମ, ବ୍ୟାଙ୍କ ସହ ଆର୍ଥିକ ସଂଯୋଗ , ନିଃଶୁଳ୍କ ଜିଲ୍ଲାସ୍ତରୀୟ ଉଦ୍ୟାଗ ପ୍ରତିଷ୍ଠା କେନ୍ଦ୍ରର ସହାୟତା, ମୂଲ୍ୟ ସଂଯୋଜନା,ବିକ୍ରିବଟା ସହାୟତା ଓ ଡିଜିଟାଲ ପ୍ରଚାର ପ୍ରସାର ସହାୟତା ଓ ବ୍ରାଣ୍ଡିଙ୍ଗ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହା ମାଧ୍ୟମରେ ଗ୍ରାମୀଣ ଓ ଖଣି ପ୍ରଭାବିତ ଅଞ୍ଚଳରେ ସ୍ୱୟଂ ରୋଜଗାର ସୁଯୋଗ ବଢ଼ିବା ସହ ସ୍ଥାନୀୟ ଅର୍ଥନୀତିକୁ ଦୃଢ଼ କରିବା ଉଦ୍ଦେଶ୍ୟ ରହିଛି। କାର୍ଯ୍ୟକ୍ରମ ଶେଷରେ ଉଦ୍ୟମୀମାନଙ୍କ ସଫଳତା କାମନା କରାଯାଇ ସମସ୍ତଙ୍କ ସହଯୋଗରେ ଏପରି ଉଦ୍ୟମକୁ ଆଗକୁ ନେବା ପାଇଁ ଆହ୍ୱାନ ଜଣାଇ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଇ.ଡି.ଆଇ.ଆଇର ଜିଲ୍ଲା କାର୍ଯ୍ୟକ୍ରମ ସଂଚାଳକ ଶ୍ରୀ ସଞ୍ଜୟ କୁମାର ସାହୁ ପରିଚାଳନା କରିଥିବା ବେଳେ ଆଦିତ୍ୟ, ଅରବିନ୍ଦ, ଲକ୍ଷ୍ମଣ, ନୟନଜ୍ୟୋତି,ଅଲିଶା ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post