ଓଡ଼ିଶା ବନ୍ଦ୍ ଡାକରା ର ପ୍ରଭାବ ଭଞ୍ଜନଗରରେ ଶୂନ୍ୟ

2

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ), ଶାସକ ପ୍ରଶାସକ : ନବ ନିର୍ମାଣ କୃଷକ ସଙ୍ଗଠନ ତରଫରୁ ରାଜ୍ୟ ବ୍ୟାପି ବନ୍ଦ ଡାକରା ଦେଇଥିବା ବେଳେ , ଏହାର ପ୍ରଭାବ୍ କିନ୍ତୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ରେ ଶୂନ୍ୟ।

ନବ ନିର୍ମାଣ କୃଷକ ସଂଗଠନ ର ରାଜ୍ୟ ବ୍ୟାପୀ ବନ୍ଦ୍ ଡାକରା କୁ ବିଜେଡି ଓ କଂଗ୍ରେସ ସମର୍ଥନ ଜଣାଇଥିଲେ,କିନ୍ତୁ ଭଞ୍ଜନଗର ସେପରି କିଛି ପ୍ରଭାବ ପଡିନି। ସକାଳୁ ସକାଳୁ ଭଞ୍ଜନଗର ବସଷ୍ଟାଣ୍ଡ୍ ରେ ବସ୍ ଚଳାଚଳ କରୁଥିଲା ଏବଂ ଭଞ୍ଜନଗର ସହର ର ପେଟ୍ରୋଲ ଟାଙ୍କି ମଧ୍ୟ ଖୋଲା ରହିଥିବା ଦେଖିବାକୁ ମିଳିଥିଲା।ସେହିପରି ଅନେକ ଶିକ୍ଷା ଅନୁଷ୍ଠାନ ଖୋଲା ଥିବା ବେଳେ ଦୋକାନ ବଜାର କିଛି ବନ୍ଦ ଥିବା ବେଳେ କିଛି ଦୋକାନ ଖୋଲା ଥିଲା।ନବ ନିର୍ମାଣ କୃଷକ ସଙ୍ଘଠନ କୁ କଂଗ୍ରେସ ସମର୍ଥନ ଦେବା ସହ ଜିଲ୍ଲା ସଭାପତି ମାନଙ୍କୁ ରାଜ୍ୟ କଂଗ୍ରେସ ସଭାପତି ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ଭଞ୍ଜନଗର ରେ ଏହାର ବ୍ୟତିକ୍ରମ ଦେଖାଯାଇଛି। ଭଞ୍ଜନଗର ସହର ରେ କୌଣସି ଦଳ ତରଫରୁ ବନ୍ଦ କରିନଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ବସ୍ ଚଳାଚଳ ବନ୍ଦ ରହିଥିଲା ଓ ପରେ ପରେ ପରିସ୍ଥିତି କୁ ଅନୁଧ୍ୟାନ କରି ବସ୍ ଚଳାଚଳ ସ୍ବାଭାବିକ ଥିଲା। ସୁରକ୍ଷା ଦୃଷ୍ଟିରୁ ସ୍ଥାନେ ସ୍ଥାନେ ଭଞ୍ଜନଗର ଆରକ୍ଷି ବାହିନୀ ମଧ୍ୟ ସଜାଗ ଥିଲେ। ନବ ନିର୍ମାଣ କୃଷକ ସଂଗଠନ ଦୀର୍ଘ ଦିନ ଧରି କୃଷକ ମାନଙ୍କ ପାଇଁ ଲଢେଇ କରି ଆସୁଛି କିନ୍ତୁ ଆଜି ର ବନ୍ଦ୍ ର ମୂଖ୍ୟ ଦାବି ମଧ୍ୟରେ ରାଜ୍ୟ ସରକାର ଙ୍କ ପିୟୁଶିସୀ କୁ ବିରୋଧ, ଟାଟା ପାବାର ମନୋମୁଖୀ, ଧାନ ମଣ୍ଡି ରେ ଅବ୍ୟବସ୍ଥା, ପ୍ରଦୂଷଣ ନାଁ ରେ ମନଇଚ୍ଛା ତଣ୍ଡ ,ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି କୁ ପରିବର୍ତ୍ତନ ଆଦି ଦାବିକୁ ପ୍ରତ୍ୟାହାର ପାଇଁ ବନ୍ଦ ଡାକରା ଦେଇଥିଲା |

Leave A Reply

Your email address will not be published.