(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): – ରାୟଗଡ଼ା ଜିଲ୍ଲା ଗୁଣପୁର ତାଲୁକ ଆଇନ ସେବା ସଂସ୍ଥା ପକ୍ଷରୁ ସୋମବାର ଏକ ସାଇକେଲ ରାଲୀ ଅନୁଷ୍ଠିତ ହୋଇଥିଲା l ବାଲ୍ୟ ବିବାହ ପ୍ରଥା କୁ ନେଇ ଏହି ସାଇକେଲ ରାଲୀ ଗୁଣପୁର କୋର୍ଟ ଠାରୁ ବାହାରିଥିଲା l ତାଲୁକ ଆଇନ୍ ସେବା ସଂସ୍ଥା ର ଅଧ୍ୟକ୍ଷ ତଥା ଏ ଡି ଜେ ଦେବଦତ୍ତ ପଟ୍ଟନାୟକ ପତାକା ଦେଖାଇ ସାଇକେଲ ରାଲିର ଶୁଭାରମ୍ଭ କରିଥିଲେ l ଏହି ସାଇକେଲ ରାଲି ସହର ସାରା ବୁଲି ବାଲ୍ୟ ବିବାହ ବନ୍ଦ ନେଇ ସଚେତନ କରିଥିଲେ l କାର୍ଯ୍ୟକ୍ରମ ରେ ଏସ ଡି ଜେ ଏମ ବିଜୟ ଲକ୍ଷ୍ମୀ ମହାପାତ୍ର, ଓକିଲ ସଂଘର ସଭାପତି ଗୌରୀ ଶଙ୍କର ଦାସ, ଉପ ସଭାପତି ରମେଶ ଚନ୍ଦ୍ର ଲିମା, ସଂପାଦକ ପ୍ରବୀଣ ପଟ୍ଟନାୟକ ଙ୍କ ସମେତ ବରିଷ୍ଠ ଓକିଲ ରାଜେନ୍ଦ୍ର ପ୍ରସାଦ ପାଢ଼ୀ, ରାଜେନ୍ଦ୍ର ସାହୁ ଏଵଂ କନିଷ୍ଠ ଓକିଲ, କୋର୍ଟର କର୍ମଚାରୀ ଏବଂ କଲେଜ ଛାତ୍ରୀ ଛାତ୍ର ମାନେ ଉପସ୍ଥିତ ରହି ସାଇକେଲ ଯାତ୍ରା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଶୁଭ୍ରସ୍ନାତ ରାଉତ, ସହକାରୀ ଜିଲ୍ଲାପାଳ ବିପିନ ଚନ୍ଦ୍ର ନାୟକ, ଦୀପାରାଣୀ ବେହେରା ଏବଂ ବିନୋଦ ଶବର ,ଆଇ ଆଇ ସି କେକେବିକେ କହଁର ଏଵଂ ଅନ୍ୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l ବାଲ୍ୟ ବିବାହ ବନ୍ଦ ସହ ଝିଅ ଙ୍କ ସୁରକ୍ଷା ନେଇ ସଚେତନ କରାଯାଇଥିଲା l
Sign in
Sign in
Recover your password.
A password will be e-mailed to you.