ଅଜଣା ଦୁର୍ବୃତ୍ତ ଙ୍କ ବୋମାମାଡ଼ ରେ ଘର କ୍ଷତିଗ୍ରସ୍ତ

2

 କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଛତ୍ରପୁର ଥାନା ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମର ଜି କାମ ରାଜୁ ରେଡ୍ଡିଙ୍କ ଘରେ ରାତି ଅଧରେ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାପଡିଛି। କାମ ରାଜୁଙ୍କ ପରିବାର ଲୋକେ ଘରେ ଶୋଇଥିବା ବେଳେ କୌଣସି ଅଜଣା ଦୁର୍ବୃତ୍ତ ଘର ପଛପଟୁ ବୋମାମାଡ଼ କରି ଫେରାର ହୋଇ ଯାଇଛି। ବୋମାମାଡ଼ ଏତେ ପ୍ରଚଣ୍ଡ ଓ ଭୟଙ୍କର ଥିଲା ଯେ ସାରା ଘର କାନ୍ଥ ଓ ଛାତ ଦୋହଲି ଯାଇଥିଲା। ଶବ୍ଦ ଶୁଣି ସାରା ଗାଁ ଲୋକେ ନିଦରୁ ଉଠି ଭୟରେ ଥରି ଉଠିଥିଲେ ଓ ପୋଲିସ କୁ ଖବର ଦେଇଥିଲେ। ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ବୋମା ର କିଛି ନମୁନା ସଂଗ୍ରହ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବୋମାମାଡ଼ ର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପାରିବାରିକ ଓ ସମ୍ପତ୍ତି ବଣ୍ଟାକୁ ନେଇ ଏହି ଭଳି ଘଟଣା ଘଟିଛି ବୋଲି ଅଞ୍ଚଳବାସୀ ଆଲୋଚନା କରୁଛନ୍ତି।

Leave A Reply

Your email address will not be published.