(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଚତୁର୍ଦ୍ଦଶ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ରେ ଦର୍ଶକ ଙ୍କୁ ନଚାଇଲେ ବର୍ଣ୍ଣାଳୀ ହୋତା l ରଙ୍ଗାରଙ୍ଗ ଗୀତ ରେ ଦର୍ଶକ ନାଚି ଉଠିଥିଲେ l ବନ୍ଧୁ ମିଳନ ସହ ଖାଦ୍ଯ ପସରା ପ୍ରଦର୍ଶନୀ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚର ମୁଖ୍ଯ ଆକର୍ଷଣ ଥିଲେ ସୁନାମଧନ୍ୟ ଗାୟିକା ବର୍ଣ୍ଣାଳି ହୋତା।
ଖାଦ୍ଯ ପ୍ରଦର୍ଶନୀ ରେ ସୁଶମା ସାହୁ, ପଦ୍ମାଳୟା ସତପଥି, ନର୍ମଦା ସାହୁ ପ୍ରମୁଖ ଭାଗ ନେଇଥିବା ବେଳେ ମଣ୍ଡା, କାକରା, ଚକୁଳି, ପୋଡ଼ପିଠା, ଆରିଶା, ମିଠାବରା, କାନ୍ଦୁଲ ପୋକଡି, ସନ୍ତୁଳା, ଶାଗ, କାନିକା, ପଲଉ, ଖିରି, କାଞ୍ଜି ଭଳି ନାନା ପ୍ରକାରର ବ୍ଯଞ୍ଜନ ରହିଥିଲା। ଦର୍ଶକ ମଧ୍ୟ ମନଭରି ଯାହାର ଯାହା ଇଛା ଖାଇ ଚାଲିଥିଲେ। ଉତ୍ସବ ମଞ୍ଚ ପ୍ରାଙ୍ଗଣରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଅମ୍ବିକା ରାଣୀ ମହାପାତ୍ର, ରୋଜି କୋରା, ଚାରୁବାଳା ଶତପଥି, ସିଏଚ ଭାନୁମତି, ନନ୍ଦିନୀ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ। ଅନ୍ଯପକ୍ଷେ ମଧ୍ଯାନ ରେ ଆଜି ଏକ ବଡ ଧରଣର ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ମଣ୍ଡପରେ ମା ସରସ୍ଵତୀ ଙ୍କ ମୃନମୟୀ ମୁର୍ତ୍ତୀ ପୂଜା ପାଉଥିବା ବେଳେ ସାମୁହିକ ପ୍ରଶାଦ ସେବନ ମଧ୍ୟ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉତ୍ସବ କମିଟିର ସଭାପତି ତଥା ପୁର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ, ନବ ନିର୍ମାଣ ସମିତି ର ସଭାପତି ଅକ୍ଷୟ ଦାସଙ୍କ ସମେତ ବରିଷ୍ଠ ଆଇନଜୀବୀ ଉମା ଚରଣ ପଟ୍ଟନାୟକ, ବ୍ରହ୍ମାନନ୍ଦ ପଟ୍ଟନାୟକ, ଫଣୀ ଭୁଷଣ ପଟ୍ଟନାୟକ, ରାଜେନ୍ଦ୍ର ପାଢି, ଓକିଲ ସଂଘ ସଭାପତି ଗୌରୀ ଦାଶ, ଗଣେଶ ପଣ୍ଡା, କୃଷ୍ଣ ସେନାପତି, ଅକ୍ଷୟ ଶତପଥି, ରମେଶ ଲିମା, ପୌର ଅଧ୍ୟକ୍ଷା ମମତା ଗୌଡ, ଉପାଧ୍ୟକ୍ଷ ଶିବ ପ୍ରଶାଦ ଗୌଡ, ସିମାଦ୍ରୀ କ୍ରିଷ୍ଣା, ଏଲ ଗୋପାଲ ରାଓ, ଉମା ମହେଶ୍ବର ପଟ୍ଟନାୟକଙ୍କ ସମେତ ସହରର ବହୁ ମାନ୍ଯଗଣ୍ଯ ବ୍ଯକ୍ତି, ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧି ଯୋଗ ଦେଇଥିଲେ। ମଞ୍ଚରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବର୍ଣ୍ଣାଳିଙ୍କ ସଙ୍ଗୀତ ରେ ବେସ୍ ମତୁଆଲା ହୋଇଥିଲେ ଦର୍ଶକ। ତାଙ୍କ ସହ ଜେମସ୍ ଓ ରୋଜାଲିନ ମଧ୍ୟ ଦର୍ଶକ ଙ୍କୁ ଭଲ ମନୋରଞ୍ଜନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
ହିମାଳୟ ୱେଲ୍ନେସ୍ ଏବଂ ଆର୍ସିବି ମହିଳା ଟିମ୍ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ
Next Post