ଅସ୍ତରଙ୍ଗ/ଦୁଃଶାସନ ନାୟକ : ରାଜ୍ୟସ୍ତରୀୟ ୩୩ତମ ଶରଳା କପ ର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ, ଅସ୍ତରଙ୍ଗ ସ୍ତିତ ନରେନ୍ଦ୍ର ଷ୍ଟାଡିୟମ ରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇ ଯାଇ ଅଛି l ଯଦୁପୁର ଟିମ ଟସ ଜିତି ପ୍ରାଥମେ ବ୍ୟାଟିଂ କରିଥିଲା l ଯଦୁପୁର ଦଳ ର ଅଲ ରାଉଣ୍ଡର ଏସ କେ, ସଲମାନ ୫୦ବଲ ଖେଳି ୯ଟି ଚଉକା, ଓ ୭ଟି ବିଶାଳକାୟ ଛକା ମାଧ୍ୟମ ରେ ୧୦୦ରନ କରିଥିଲେ l ଦଳ ନିର୍ଦ୍ଧାରିତ ଓଭର ଖେଳି, ୬ ଉଇ କେଟେ ହରାଇ ୧୯୦ ରନ କରିଥିଲା l ଏହି ବଡ଼ ସ୍କୋର କୁ ପିଛା କରି ସାଇ ଇଲେଭେନ ପଳାଶୁଣି, ଭୁବନେଶ୍ୱର, ତାର ୨୦ଓଭର ଖେଳି, ୯ଉଇକେଟ ହରାଇ ୧୬୭ ରନ କରି ହାରି ଯାଇଥିଲା l ଯଦୁପୁର ସ୍ପୋର୍ଟିଂ କ୍ଳବ ର ଏସ କେ ସଲମାନ, ତାଙ୍କର ସତକୀୟ ଇନିଙ୍ଗ ପାଇଁ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରା ଯାଇଥିଲା l ଶେଷରେ ଆଜି ମ୍ୟାଚ ର ମୁଖ୍ୟ ଅତିଥି ବରିଷ୍ଠ ଗଣ ମାଧ୍ୟମ ପ୍ରତିନିଧି ଦୁଃଶାସନ ନାୟକ,ଓ ସମ୍ମାନିତ ଅତିଥି ବ୍ଲକ ଏମ ପି, ପ୍ରତିନିଧି ଦିବାକର ଛାଟୋଇ, ଙ୍କ ସମେତ ଭୀମସେନ ବିଶ୍ୱାଳ, ଅଶୋକ ପରିଡା, ପ୍ରକାଶ ବେହେରା ଉପସ୍ଥିତ ରହି, ବିଜୟୀ ଦଳର ମ୍ୟାନ ଅଫ ଦି ମ୍ୟାଚ ଏସ, କେ ସଲମାନଙ୍କୁ ନଗଦ ୪,ହଜାର ୨୫୦ଟଙ୍କା ସହିତ ଏକ, ଏଲ ଡି ଟିଭି,ପ୍ରଦାନ କରିଥଲେ l ଅନୁଷ୍ଠାନ ର ସଭାପତି ଯୁଗଳ ମହାନ୍ତିଙ୍କ ଆବାହକତ୍ୱ ରେ ଆୟୋଜିତ ଏହି ମ୍ୟାଚ ରେ ଦୁଇ ଦଳଙ୍କୁ ୧୬, ୭୦୦ ଟଙ୍କା ପ୍ରଦାନ କରାଯାଇଥିବା ବେଳେ, ଆଜିର ମ୍ୟାଚ କୁ ପରିଚାଳନା କରିଥିଲେ ଦୁଇ ଅମ୍ପାୟାର ସନ୍ତୋସ ନାୟକ, ବବୁଲ ସାହୁ, ସ୍କୋର, ମିଥୁନ ବେହେରା, ଜଗା ନାୟକ, ଭ୍ୟାସକାର ରାକେଶ ମହାନ୍ତି, ଦ୍ରୁପଦ ଭୋଳ, ସହ ମିଡ଼ିଆ ସେଲ ସମ୍ପାଦକ ପ୍ରକାଶ କୁମାର ନାୟକ l
ଏଠାରେ ପ୍ରକାଶ ଯୋଗ୍ୟ ଜେ ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ କୁ ସୋମବାର ଦିନ ଉଦ୍ଘାଟନ କରିଥିଲେ, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଓ ଜିଲ୍ଲା ପରିଷଦ ପୁରୀ ଉପାଧ୍ୟକ ସ୍ୱାଧୀନ କୁମାର ନାୟକ l
Sign in
Sign in
Recover your password.
A password will be e-mailed to you.