ଜିଲ୍ଲାର ‘ଶ୍ରେଷ୍ଠ କ୍ରୀଡ଼ାବିତ୍‌’ ପୁରସ୍କାର ପାଇଲେ ସୁଶ୍ରୀ ସଂଯୁକ୍ତା ଦାସ।

2

କେନ୍ଦୁଝର,ତା୨୭/୧- କେନ୍ଦୁଝର ଷ୍ଟାଡିୟମରେ ଆୟୋଜିତ ହୋଇଯାଇଥିବା ୭୭ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ କେନ୍ଦୁଝର ଝିଅ ସୁଶ୍ରୀ ସଂଯୁକ୍ତା ଦାସ ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ପାଇଛନ୍ତି। ଏହି ଅବସରରେ ମୁଖ୍ୟ ଅତିଥି ରାଜ୍ୟ ଖାଉଟି ଓ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତାଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଛନ୍ତି। ସୂଚନା ମିଳିଛି କି ସ୍ଥାନୀୟ ରବୀନ୍ଦ୍ର ବିଦ୍ୟା ନିକେତନରେ ଅଷ୍ଟମ ଶ୍ରେଣୀରେ ପଢୁଥୁବା ସଂଯୁକ୍ତା ଜଣେ ପ୍ରତିଭାବାନ କ୍ରୀଡ଼ାବିତ ସେ ଖେଳ ଲାଗି କଷ୍ଟସାଧ୍ୟ ସାମାରିକ କ୍ରୀଡ଼ା ଟାଇକୋଣ୍ଡକୁ ବାଛିଥିଲେ। କେନ୍ଦୁଝର ୱାରିୟରସ୍ ଟାଇକୋଣ୍ଡ ଏକାଡେମୀରେ ନିୟମିତ ପ୍ରଶିକ୍ଷଣ ନେଇ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ୩ଟି ସ୍ଵର୍ଣ୍ଣପଦକ, ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୨ଟି ସ୍ଵର୍ଣ୍ଣପଦକ ସହ ଗୋଟେ ରୌପ୍ୟ ପଦକ ପାଇଥିଲେ। ସେହିପରି ନିକଟରେ ଉତ୍ତରପ୍ରଦେଶ, ବରେଲୀ ଠାରେ ଆୟୋଜିତ ଜାତୀୟ ପ୍ରତିଯୋଗିତାରେ ଗୋଟେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରି ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି। ସୁଶ୍ରୀ ସଂଯୁକ୍ତା ସ୍ଥାନୀୟ ମାଧପୁର ନିବାସୀ ସୁବ୍ରତ ନାରାୟଣ ଦାସ ଓ ଶାଶ୍ଵତୀ ଦାସଙ୍କ କନ୍ୟା ତଥା ବିଶିଷ୍ଟ କ୍ରୀଡ଼ାବିତ ଓ କ୍ରୀଡ଼ା ସଂଗଠକ ସ୍ବର୍ଗତ ବିରଞ୍ଚି ନାରାୟଣ ଦାସଙ୍କ ନାତୁଣୀ ଅଟନ୍ତି। ତାଙ୍କର ଏପରି ସଫଳତା ଲାଗି ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Leave A Reply

Your email address will not be published.