ନିଖୋଜ ଯୁବକର ଶବ ପୋଖରୀ ରୁ ଉଦ୍ଧାର।

2

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର):  ଧରାକୋଟ ଥାନ ଅନ୍ତର୍ଗତ ବରଡାବିଲି ଗ୍ରାମର ସିମାଞ୍ଚଳ ପାଢ଼ୀ ନାମକ ଜଣେ ଯୁବକ ର ଶବ ଗ୍ରାମ ପୋଖରୀ ରୁ ଉଦ୍ଧାର ହୋଇଛି। ସୁଚନା ଅନୁଯାୟୀ ଜଣାପଡିଛି ଯେ ମୃତ ସିମାଞ୍ଚଳ ଗତ ୪ ଦିନ ହେଲା ଘରୁ ବାହାରି ଯାଇ ଆଉ ଘରକୁ ଫେରିନଥିଲେ। ଯାହା ଫଳରେ ପିତା ବିଶ୍ଵନାଥ ପାଢ଼ୀ ଧରାକୋଟ ଥାନ ରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ନଂ ୨/୨୦୨୬ ଅନୁଯାୟୀ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ଗାଁ ଲୋକେ ଅଚାନକ ଗାଁ ପୋଖରୀରେ ସିମାଞ୍ଚଳର ଶବ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ପରବର୍ତ୍ତୀ ସମୟରେ ପରିବାର ଲୋକେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ ଓ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.