ବସ୍ ଚକା ତଳେ ପଡି ମହିଳାଙ୍କ ମୃତ୍ୟୁ।

2

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ମର୍ମନ୍ତୁଦ ଦୁର୍ଘଟଣା ର ସମୁଖୀନ ହୋଇ କମଳା ଡାକୁଆ ନାମ୍ନୀ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଗାଙ୍ଗପୁର ଥାନା ଅଞ୍ଚଳର ମହିଳା ଜଣକ ନିଜ ଝିଅ ଘର ପୋଲସରା ଥାନା ଅନ୍ତର୍ଗତ ମଧୁପଲୀ ଯିବା ପାଇଁ ଆସ୍କା ବସଷ୍ଟାଣ୍ଡ ରେ ଅପେକ୍ଷା କରିଥିବା ବେଳେ କନକ ଦୁର୍ଗା ନାମକ ଏକ ଘରୋଇ ବସ୍ ଚକା ତଳେ ପଡି ଯାଇଥିଲେ ଓ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବସ୍ ଜବତ କରିଛନ୍ତି ଓ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.