ରାୟଗଡ: (ସରୋଜ କୁମାର ସାହୁ) ରାୟଗଡ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୧୯୮୭ ମ୍ୟାଟ୍ରିକ ବ୍ୟାଚର ବନ୍ଧୁ ମିଳନ ରାୟଗଡ ବ୍ଲକ ଅନ୍ତର୍ଗତ ତଳଗୁମ୍ମା ବଣଭୋଜୀ ସ୍ଥଳରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୭୦ରୁ ଉର୍ଧ୍ଵ ପୁରାତନ ଛାତ୍ର ସାମିଲ ହୋଇଥିଲେ l ସମସ୍ତ ଛାତ୍ର ପ୍ରତିବର୍ଷ ଜାନୁୟାରୀ ମାସ ଶେଷ ରବିବାରର ଦିନ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ କରିଥାଆନ୍ତି l ଏହି ଦିନ ବହୁ ଦୂର ଦୂରାନ୍ତରୁ ପୁରାତନ ଛାତ୍ର ମାନେ ଏକାଠି ହୋଇ ନିଜ ନିଜର ପୁରୁଣା ସ୍ମୃତି ଗୁଡିକୁ ସାଉଁଟିଥାଆନ୍ତି l ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟ ଗୁଡିକ ଉପରେ ଆଲୋଚନା କରାଯାଇ ଆଗାମୀ ବର୍ଷ ସମସ୍ତେ ପୁଣି ଏକାଠି ହେବାକୁ ନିଷ୍ପତ୍ତି ନିଆଗଲା ଏବଂ ଆହୁରି କିଭଳି ଅଧିକ ମାତ୍ରାରେ ପୁରାତନ ଛାତ୍ର ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ସେଥି ନେଇ ଆଲୋଚନା କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ଦିଲୀପ ସାହୁ, ବୁଲୁ, ସବ୍ୟସାଚୀ ପଟ୍ଟନାୟକ, ସର୍ବେଶ୍ୱର ରାଓ, ଦିବାକର ମିଶ୍ର, ଦୀନେଶ ଭୂୟାଁ, ବିଭୁତି ଜେନା ଓ ଏନ. ରବି ପ୍ରମୁଖ ପରିଚାଳନା କରିଥିବା ବେଳେ ଉପସ୍ଥିତ ସମସ୍ତଙ୍କୁ ସ୍ୱାଦିଷ୍ଟ ଭୋଜନରେ ଆପ୍ୟାୟିତ କରାଯାଇଥିଲା l
Sign in
Sign in
Recover your password.
A password will be e-mailed to you.
Next Post