କେନ୍ଦୁଝର,ତା୨୫/୧- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋବିନ୍ଦପୁର ଦ୍ଵାରା ବଣଭୋଜିରେ ପ୍ଲାଷ୍ଟିକ ମୁକ୍ତ ଆହ୍ବାନ ଓ ସଚେତନତା କାର୍ଯ୍ୟକ୍ରମ ବଡ଼ ଘାଗରା ଓ ସାନ ଘାଗରା ଜଳପ୍ରପାତରେ ଗତ ରବିବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ସଦସ୍ୟଗଣ ଉପସ୍ଥିତ ରହିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ସାହୁଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲାବେଳେ ବିଦ୍ୟାଳୟର ଇକୋ କ୍ଳବ୍ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ପ୍ଲାଷ୍ଟିକ ମୁକ୍ତ ଶୋଭାଯାତ୍ରା ଉଭୟ ବଡ଼ ଘାଗରା ଓ ସାନ ଘାଗରା ବଣଭୋଜି ସ୍ଥଳରେ ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରାରେ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ସ୍ଳୋଗାନ ଦେବା ସହ ଜନ ସାଧାରଣଙ୍କୁ ସଚେତନ କରାଇ ଶପଥ ପାଠ କରାଯାଇଥିଲା। ଭୋଜି ସ୍ଥାନରେ ତଥା ଜଳପ୍ରପାତ ନିକଟରେ ପଡ଼ିଥିବା ସମସ୍ତ ଆବର୍ଜନା ସଫା କରାଯିବା ସହ ପ୍ଲାଷ୍ଟିକର ବ୍ୟବହାର ନ କରିବା ନିମନ୍ତେ ସମସ୍ତଙ୍କୁ ସଚେତନ କରାଯାଇଥିଲା । ଭୋଜିରେ ପତ୍ରରେ ତିଆରି ଖଲି ଓ ଚଉପତି ବ୍ୟବହାର ସହ ବିଶୁଦ୍ଧ ପାଣି ପିଇବା ପାଇଁ ଦିଆଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ଉଭୟ ଜଳପ୍ରପାତରେ ଥିବା ବିଭିନ୍ନ ଗଛଲତାଙ୍କୁ ଚିହ୍ନାଇବା ସହ ସେମାନଙ୍କର ଔଷଧୀୟ ଗୁଣ ସମ୍ପର୍କରେ ଜଣା ଯାଇଥିଲା । ବିଦ୍ୟାଳୟ ତରଫରୁ ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତା ବାର୍ତ୍ତା ପତ୍ର ମାଧ୍ୟମରେ ଲୋକ ମାନଙ୍କୁ ବଣ୍ଟନ କରାଯାଇଥିଲା । ପିଲାମାନେ ଜଳପ୍ରପାତ ଦେଖିବା ସହ ମନ୍ଦିର ଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୁନା ଚନ୍ଦ୍ର ଜେନା , ଶିକ୍ଷୟିତ୍ରୀ ସୁସ୍ମିତା ପ୍ରିୟମ୍ବଦା ରାଉତ , ରଞ୍ଜିତା ରାଣୀ ମଲ୍ଲିକ , ସ୍ଵର୍ଣ୍ଣ ଲତା ନାୟକ , ଶୁଭଶ୍ରୀ ରାଉତ , ଶୁଭଶ୍ରୀ ମହାନ୍ତ ଏବଂ ବିଦ୍ୟାଳୟର ତିନିଜଣ ପାଚିକା ପ୍ରମୁଖ ପିଲାମାନଙ୍କୁ ବିଭିନ୍ନ ଜାଗା ବୁଲି ଦେଖିବାରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post