ୱଣ୍ଡରଲା ଭୁବନେଶ୍ବରରେ ଶ୍ରେଷ୍ଠ ମୂଲ୍ୟରେ ବଡ଼ ରେମାଞ୍ଚ ସହ ଗଣତନ୍ତ୍ର ଦିବସ ପାଳନ କରନ୍ତୁ

2

 

– ଅତିଥିମାନେ ଗଣତନ୍ତ୍ର ଦିବସ ୫୯୯ ଟଙ୍କାରୁ ଆରମ୍ଭ ସ୍ବତନ୍ତ୍ର ଟିକଟ ଓ ଆକର୍ଷଣୀୟ ଅନ୍ୟାନ୍ୟ ଅଫର ଜାନୁଆରି ୩୧ ପର୍ଯ୍ୟନ୍ତ ଉପଭୋଗ କରିପାରିବେ I

ଭୁବନେଶ୍ବର: ୱଣ୍ଡରଲା ଭୁବନେଶ୍ବର ସ୍ବତନ୍ତ୍ର ମୂଲ୍ୟ ଆଧାରିତ ଅଫର ସହ ଭାରତର ଗଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ରାଇଡ, ମନୋରଂଜନ ଓ ଉତ୍ସବ ଉତ୍ସାହରେ ପରିପୂର୍ଣ୍ଣ ଏକ କୌତୁକପୂର୍ଣ୍ଣ ଦିବସ ଉପଭୋଗ କରିବା ଲାଗି ପରିବାର ଓ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରୁଛି। ଗଣତନ୍ତ୍ର ଦିବସ ପାଳନ ଅଂଶ ସ୍ବରୂପ ୱଣ୍ଡରଲା ପକ୍ଷରୁ ସ୍ବତନ୍ତ୍ର କେବଳ-ଅନଲାଇନ ଟିକଟ ମୂଲ୍ୟ ଓ ଅନ୍ୟାନ୍ୟ ଡିଲ ପ୍ରଦାନ କରାଯାଉଛି ଯାହା ଅତିଥିମାନଙ୍କୁ ୨୦୨୬ ଜାନୁଆରି ୩୧ ପର୍ଯ୍ୟନ୍ତ ଛୁଟି ଦିନ ସମୟରେ ଏକ ସ୍ମରଣୀୟ ଦିସବ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ସହଜ କରିବ।

ଗଣତନ୍ତ୍ର ଦିବସ ଅଫରର ଅଂଶସ୍ବରୂପ ୱାଣ୍ଡରଲା ଭୁବନେଶ୍ବରରେ ଟିକଟ ମୂଲ୍ୟ ୫୯୯ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ବୁଫେ ମିଲ ଓ ଲକର ସୁବିଧା ଉପରେ ଅତିରିକ୍ତ ଅଫର ରହିଛି। ଅତିଥିମାନେ ଅନଲାଇନରେ ଟିକଟ ବୁକିଂ କରିପାରିବେ ଏବଂ ୨୦୨୬ ଜାନୁଆରି ୩୧ ଦିନ କିମ୍ବା ପୂର୍ବରୁ ଯେକୌଣସି ଦିନ ପାର୍କ ପରିଦର୍ଶନରେ ଆସିପାରିବେ ଯାହା ସେମାନଙ୍କୁ ଲମ୍ବା ସପ୍ତାହନ୍ତ ବାହାରେ ମଧ୍ୟ ଶ୍ରେଷ୍ଠ ନମନୀୟତା ପ୍ରଦାନ କରିବ।

ଉତ୍ସବର ଭାବକୁ ବଢ଼ାଇବା ଲାଗି ପାର୍କରେ ଗଣତନ୍ତ୍ର ଦିବସ ବିଷୟ ଆଧାରିତ ସାଜସଜ୍ଜା ଏବଂ ପତାକା ଉତ୍ତୋଳନ, ଗ୍ରାଣ୍ଡ ପ୍ୟାରେଡ ଓ ଡିଜେ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ ଯାହା ସବୁ ବୟସ ବର୍ଗର ଆଗନ୍ତୁକମାନଙ୍କ ପାଇଁ ଏକ ଜୀବନ୍ତ ଓ ପରିବାର ଅନୁକୂଳ ପରିବେଶ ସୃଷ୍ଟି କରିବ।

ଏହି ଅବସରରେ ୱଣ୍ଡରଲା ହଲିଡେଜ ଲିମିଟେଡର ଚିଫ ଅପରେଟିଂ ଅଫିସର ଧୀରନ ଚୌଧୁରୀ କହିଛନ୍ତି ଯେ, ‘ଗଣତନ୍ତ୍ର ଦିବସ ହେଉଛି ଏକତା ଓ ଗୌରବର ଏକ ଉତ୍ସବ ଏବଂ ୱଣ୍ଡରଲା ଭୁବନେଶ୍ବରରେ ଆମେ ମୂଲ୍ୟ ଆଧାରିତ ଅନୁଭୂତି ପ୍ରଦାନ କରିବାକୁ ଉତ୍ସାହିତ ଯାହା ପରିବାରମାନଙ୍କ ପାଖରେ ବିଶ୍ବସ୍ତରୀୟ ମନୋରଂଜନ ପହଞ୍ଚ।ଇବ। ସ୍ବତନ୍ତ୍ର ମୂଲ୍ୟ ଓ କ୍ଷେତ୍ର ସ୍ଥଳରେ ଉତ୍ସବ କାର୍ଯ୍ୟକ୍ରମ ସହ ଆମେ ଗଣତନ୍ତ୍ର ଦିବସ ଅବଧିରେ ଅତିଥିମାନଙ୍କୁ ଆମନ୍ତ୍ରଣ କରୁଛୁ I’’

ଗଣତନ୍ତ୍ର ଦିବସ ଅଫର ସ୍ବତନ୍ତ୍ର ଭାବେ ୱଣ୍ଡରଲାର ଅନଲାଇନ ବୁକିଂ ପୋର୍ଟାଲ ଜରିଆରେ ପ୍ରତି ପାର୍କ ପାଇଁ ଉପଲବ୍ଧ ରହିଛି। ତାହାର ବିବରଣୀ ନିମ୍ନରେ ପ୍ରଦାନ କରାଯାଇଛି:

ଭୁବନେଶ୍ବର ପାର୍କ: ଅନଲାଇନ ବୁକିଂ ପୋର୍ଟାଲ: https://www.wonderla.com/offer/republic-day

ଯୋଗାଯୋଗ: ୦୬୭୪-୬୬୪୦୩୦୦

ଏହି ଗଣତନ୍ତ୍ର ଦିବସରେ ହର୍ଷୋଲ୍ଲାସ, ଗୌରବ ଓ ଅଭୁଲା ମୁହୁର୍ତ୍ତକୁ ୱଣ୍ଡରଲା ଭୁବନେଶ୍ବରରେ ପାଳନ କରନ୍ତୁ।

Leave A Reply

Your email address will not be published.