ଗୁଣପୁର ଜଗନ୍ନାଥ ମନ୍ଦିର ଠାରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

2

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ର ସ୍ଥାନୀୟ ଜଗନ୍ନାଥ ମନ୍ଦିର ବଡ଼ ଦାଣ୍ଡ ପ୍ରାଙ୍ଗଣରେ ଗୁଣପୁର ମଣ୍ଡଳର ସମଗ୍ର ହିନ୍ଦୁ ପ୍ରେମୀ ଙ୍କ ନିବେଦନ କ୍ରମେ ଏକ୍ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସଚ୍ଚିଦାନନ୍ଦ ସରସ୍ଵତୀ ଜୀ ମହାରାଜ, ମୁଖ୍ୟ ବକ୍ତା ଭାବେ ଅରୁଣ ନାୟକ, ପ୍ରାନ୍ତ ବୌଦ୍ଧିକ ପ୍ରମୁଖ, rss, ସମ୍ମାନିତ ଅତିଥି ଭାବେ ସ୍ୱାମୀ ନିଗମାନନ୍ଦ ସରସ୍ବତୀ ଜୀ ମହାରାଜ, ଚିନ୍ମୟ ମିଶନ, ସ୍ୱମୀ ରାମାନଂଦ ଦାଶ ମହାରାଜା, ଦେବୀ ମଠ ପାରଳାଖେମୁଣ୍ଡି, ମହନ୍ତ ମଦନମୋହନ ଦାଶ ମହାରାଜ,ଟେକିଲି, ଆନ୍ଧ୍ରପ୍ରଦେଶ, ସ୍ୱାଧୀ ଗୀତାଦେବୀ, ଭୁବନେଶ୍ୱର, ମହନ୍ତ ପଦ୍ମଚରଣ ଦାଶ ମହାରାଜ, କାଶୀନଗର, ଆଚାର୍ଯ୍ୟ ନଳିନୀ ମହାନ୍ତି, ଅଦ୍ୱୈତ ବେଦାନ୍ତ ଆଶ୍ରମ, ଗୁଣପୁର ଉପସ୍ଥିତ ରହି ସମସ୍ତ ହିନ୍ଦୁ ଙ୍କ ମୂଳମନ୍ତ୍ର କେବଳ ଏକ ରାଷ୍ଟ୍ର ଏକ ଧର୍ମ ଏକ ସଂସ୍କୃତି ହେବା ଆବଶ୍ୟକ ବୋଲି ନିଜ ବକ୍ତବ୍ୟ ରେ କହିଥିବା ବେଳେ ହିନ୍ଦୁ ଙ୍କ ଏକତା ସାରା ଦେଶରେ ପ୍ରସ୍ଫୁଟିତ ହେବା ଦରକାର ବୋଲି କହିଥିଲେ। କାର୍ଯ୍ୟକ୍ରମ କୁ ଆଦିତ୍ୟ ବାହିନୀ ର ପ୍ରାନ୍ତ ସସମ୍ପାଦକ ତ୍ରିପତି ମହାନ୍ତି ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଭାଜପା ର କେନ୍ଦ୍ରୀୟ ସଦସ୍ୟ ମଣ୍ଡଳୀ ସଦସ୍ୟ ୟାଇ ଗଣପତି ପ୍ରଦାନ କରିଥିଲେ l ଗୁଣପୁର ସହରର ବହୁ ଗୁଣି ଜ୍ଞାନୀ ପ୍ରତିଷ୍ଠିତ ବ୍ୟକ୍ତି ପୋୖର ଅଧ୍ୟକ୍ଷ ମମତା ଗୌଡ଼, gietu ର ଚନ୍ଦ୍ର ଧ୍ଵଜ ପଣ୍ଡା, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ପୁର୍ବତନ ବିଧାୟକ ରଘୁନାଥ ଗମlଙ୍ଗ, ତ୍ରିନାଥ ଗମାଙ୍ଗ, ଜଗନ୍ନାଥ ମନ୍ଦିର ର ନିର ପାଢ଼ୀ, ଫକୀର ନାୟକ, ଭାଗିରଥି ବିଶୋଇ, ରାଜେନ୍ଦ୍ର ପାଢ଼ୀ, ପ୍ରମୋଦ ସାହୁ, ଆମର ସାହୁ, ରାମ ପଣ୍ଡା, ସଙ୍ଘ ଚାଳକ ନନ୍ଦି ଚୌଧୁରୀ, ବି ଗଜପତି, ଦିଲୀପ ପଣ୍ଡା, ବଲଗୋପଲ ପାଢ଼ୀ, ସୌଭାଗ୍ୟ ପତିତ, ନୁନୁ ପାଢ଼ୀ, ସଦାପଣ୍ଡା, ଶ୍ରୀନିବାସ ଖଡଙ୍ଗ, ଅମ୍ବିକା ମହାପାତ୍ର,ସୋମନାଥ ଗୌଡ଼, ତ୍ରିପତି ରଥ ପ୍ରମୁଖ ଉପସ୍ଥିତ ରହି ଅତିଥିଙ୍କୁ ଅଭିବାଦନ ଓ ସମ୍ବର୍ଦ୍ଧନା କରିଥିଲେ l ହିନ୍ଦୁ ସମ୍ମିଳନୀ ଗୁଣପୁର ମଣ୍ଡଳ ର ଏହି କାର୍ଯ୍ୟକ୍ରମ କୁ ସ୍ୱାଗତ ଅତିଥି ପରିଚୟ ଉମା ଶଙ୍କର ଦାଶ କରିଥିବା ବେଳେ ସଂସ୍କୃତିକ କାର୍ଯ୍ୟକ୍ରମ କୁ ଦିଲିପ ଚୌଧୁରୀ ସଂଯୋଜନା କରିଥିଲେ l

Leave A Reply

Your email address will not be published.