ବିଜେପୁର :-ବିଜେପୁର ପ୍ରସିଦ୍ଧ ମାଁ ତାରିଣୀ ମନ୍ଦିରରେ ଘଟିଥିବା ଚୋରି ଘଟଣା ସମଗ୍ର ଅଞ୍ଚଳରେ ଭୟଙ୍କର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତ ୨୩.୦୧.୨୦୨୬ ତାରିଖରେ ମହାଆଡମ୍ବରରେ ମାଁ ତାରିଣୀଙ୍କ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ବିଜେପୁର ବାସୀଙ୍କ ସହଭାଗୀତାରେ ସମ୍ପନ୍ନ ହୋଇଥିବାବେଳେ, କେବଳ କିଛି ଦିନ ମଧ୍ୟରେ ଏପରି ଅପରାଧ ଘଟିବା ଭକ୍ତମାନଙ୍କୁ ଗଭୀର ମର୍ମାହତ କରିଛି।ସୂଚନା ଅନୁସାରେ, ଗତ ରାତିରେ କିଛି ଦୁର୍ବୃତ୍ତ ମନ୍ଦିର ମଧ୍ୟରେ ପ୍ରବେଶ କରି ବହୁ ମୂଲ୍ୟବାନ ସାମଗ୍ରୀ ଚୋରି କରିନେଇଛନ୍ତି। ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ୬୦୦ ଗ୍ରାମ ରୁପାର ଛତ୍ର, ୪ ଗ୍ରାମ ସୁନାର ମଙ୍ଗଳସୂତ୍ର, ରୁପାର ହାର, ରୁପାର ସିନ୍ଦୁର ଫରୁଆ, ଥାଳି, ଗିନା ଓ ୨ଟି ଚାମଚ ରହିଛି।
ଏହି ଘଟଣା ସମ୍ପର୍କରେ ମାଁ ତାରିଣୀ ମନ୍ଦିର କମିଟି ପକ୍ଷରୁ ବିଜେପୁର ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।ଘଟଣାକୁ ନେଇ ବିଜେପୁର ବାସୀ ଓ ହଜାର ହଜାର ମାଁ ତାରିଣୀଙ୍କ ଭକ୍ତମାନେ ଗଭୀର ଆକ୍ରୋଶ ପ୍ରକାଶ କରିଛନ୍ତି। ଦେବାଦେବୀଙ୍କୁ ମଧ୍ୟ ଭୟ କରୁନଥିବା ଏପରି ଚୋରମାନଙ୍କୁ ତୁରନ୍ତ ଗିରଫ କରି କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି।
ସେହିପରି, ଭବିଷ୍ୟତରେ ଏପରି ଅଘଟଣ ପୁନରାବୃତ୍ତି ନ ହେବା ପାଇଁ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଠୋର କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି
Sign in
Sign in
Recover your password.
A password will be e-mailed to you.