
କେନ୍ଦୁଝର,ତା୨୫/୧- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ସତ୍ୟ ନାରାୟଣ ଖେଳ ପଡିଆ ଠାରେ ଢେଙ୍କିକୋଟ ମଣ୍ଡଳ ତରଫରୁ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ଢେଙ୍କିକୋଟ ମା’ ତାରିଣୀ ଆୟୋଜକ କମିଟି। ଜିଲ୍ଲା ସାଂସଦ ଅନନ୍ତ ଚରଣ ନାୟକଙ୍କ ଉପସ୍ଥିତି ତଥା ଆବାହକତ୍ବରେ ଏହି କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇ ମୁଖ୍ୟଅତିଥି ଭାବେ ବରିଷ୍ଠ ବ୍ୟକ୍ତି, ଶିକ୍ଷାବିତ,ସମାଜସେବୀ ତଥା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଅବସରପ୍ରାପ୍ତ ମ୍ଯାନେଜର କୁଳମଣି ମଣ୍ଡଳ, ମୁଖ୍ୟବକ୍ତା ଭାବେ ଧରଣୀଧର ମହାବିଦ୍ୟାଳୟର ବାଣିଜ୍ଯ ଅଧ୍ୟାପକ ଶଶିକାନ୍ତ ପଣ୍ଡା, ସମ୍ମାନିତ ଅତିଥିଭାବେ ହିନ୍ଦୁ ସମାଜର ଜାଗ୍ରତ ପ୍ରହରୀ ବାବା ହରିହର ଦାସ, ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପୂର୍ବତନ ସଭାପତି ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଭାଗୀରଥି ପୃଷ୍ଟି ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ତଥା ଧାର୍ମିକବ୍ଯକ୍ତି ଜୟଦେବ ପଣ୍ଡା। ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ମାନେ ହିନ୍ଦୁ ଧର୍ମର ମହତ୍ତ୍ଵ, ଗୁରୁତ୍ୱ ଓ ହିନ୍ଦୁର ଅର୍ଥ କ’ଣ ତାହା ଉପରେ ଆଲୋକପାତ କରିଥିଲେ। ପରସ୍ପର ପ୍ରତି ସ୍ନେହ ଶ୍ରଦ୍ଧା,ଭରସା,ବିଶ୍ବାସ,ଏକତା, ଅଖଣ୍ଡତା ବଜାୟ ରଖିବାକୁ ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶହ ଶହ ହିନ୍ଦୁ ଧର୍ମର ଲୋକ ସମାଗମ ହୋଇଥିଲା। କାର୍ଯ୍ୟକ୍ରମରେ ଅତିଥି ପରିଚୟ ପ୍ରଦାନ କରିଥିଲେ ତୃପ୍ତି ରଞ୍ଜନ ସାହୁ।
Sign in
Sign in
Recover your password.
A password will be e-mailed to you.