ବିଜେପୁର :-ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଜେପୁର ଅଞ୍ଚଳରେ ସାଇବର ଠକେଇ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ବିଜେପୁର ଅମୃତଧାରା ନର୍ସିଂହୋମର ସୁପରଭାଇଜର ଚନ୍ଦନ ବିଶ୍ଵାଳଙ୍କୁ କିଛି ଅଜଣା ଲୋକ ଫୋନ୍ ଯୋଗେ ଠକେଇ କରୁଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ ୮୨୬୯୨୮୭୬୪୯ ଓ୯୭୫୫୮୯୮୦୭୨ ନମ୍ବରରୁ ବାରମ୍ବାର ଫୋନ୍ କରି ଟଙ୍କା ମାଗାଯାଇଥିଲା। ଠକେଇକାରୀଙ୍କ କଥାରେ ପଡ଼ି ଚନ୍ଦନ ବିଶ୍ଵାଳ ପ୍ରଥମେ ୫୦୦ପରେ ୧୫୦୦ ଟଙ୍କା ପଠାଇଥିବା ବେଳେ ପରେ ପୁଣି ୧୨,୦୦୦ ଟଙ୍କା ଦାବି କରାଯାଇଥିଲା।ସେ ୮୦୮୫୩୪୭୫୩୪ ନମ୍ବର ରେ ପଇସା ପଠେଇଛନ୍ତି l ଏ ସମ୍ପର୍କରେ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ,ଆକାଶ କୁମାର ମେହେର ଓ ସୁଶାନ୍ତ ସାହୁଙ୍କୁ ଜଣାଇବା ପରେ ସଙ୍ଗେସଙ୍ଗେ ସେହି ନମ୍ବରଗୁଡ଼ିକୁ ଫୋନ୍ କରାଯାଇଥିଲେ ମଧ୍ୟ ଠକେଇକାରୀମାନେ ଫୋନ୍ ଉଠାଉନଥିବା ଜଣାପଡ଼ିଛି।
ଏହି ଘଟଣା ଦ୍ୱାରା ଅଞ୍ଚଳରେ ସାଇବର ଠକେଇର ଭୟାବହତା ସ୍ପଷ୍ଟ ହୋଇଥିବା ବେଳେ ସାଧାରଣ ଲୋକଙ୍କୁ ଅଜଣା ଫୋନ୍ କଲ୍, ଲିଙ୍କ୍ ଓ ଟଙ୍କା ଦାବି ପ୍ରତି ସତର୍କ ରହିବାକୁ ଅନୁରୋଧ କରାଯାଉଛି।ଏ ସମ୍ପର୍କରେ ବିଜେପୁର ଥାନାଧିକାରୀ ସୁଶାନ୍ତମଣି ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, “ଥାନାରେ ଲିଖିତ ଅଭିଯୋଗ ହେଲାପରେ ଘଟଣାର ତଦନ୍ତ କରାଯିବ ଓ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି l
Sign in
Sign in
Recover your password.
A password will be e-mailed to you.
Next Post