ନୀରଜ କୁନ୍ଦନ ଏନଏସୟୁଆଇର ରାଷ୍ଟ୍ରୀୟ ସଭାପତି ନିଯୁକ୍ତ

0

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ଫାୟାରବ୍ରାଣ୍ଡ ଛାତ୍ରନେତା ନୀରଜ କୁନ୍ଦନ ଏନଏସୟୁଆଇ ବା ଅଖିଳ ଭାରତ ଛାତ୍ର କଂଗ୍ରେସର ସଭାପତି ନିଯୁକ୍ତ ହୋଇଛନ୍ତି |  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କୁନ୍ଦନଙ୍କର ଏହି ନୂତନ ନିଯୁକ୍ତିକୁ ଅନୁମୋଦନ କରିଥିବା ବିଷୟ ଦଳର ମହାସଚିବ କେ ସି ବେଣୁଗୋପାଳ ଏକ ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି |  ଏହି ନୂତନ ନିଯୁକ୍ତି ପୂର୍ବରୁ କୁନ୍ଦନ ଏନଏସୟୁଆଇର ଜାତୀୟ ସମ୍ପାଦକ ଭାବେ କାର୍ଯ୍ୟକରୁଥିଲେ | ୨୦୧୩ରେ  ତାଙ୍କୁ  ଜାମୁ କାଶ୍ମୀର ଏନଏସୟୁଆଇର ସଭାପତି ଭାବେ ନିଯୁକ୍ତି ମଧ୍ୟ ଦିଆଯାଇଥିଲା | 

Leave A Reply

Your email address will not be published.