ଦାଇଁଲୋ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ, ପଞ୍ଚାୟତର ମୃତକଙ୍କ ପାଇଁ ନୀରବ ପ୍ରାର୍ଥନା 

0

ତିର୍ତ୍ତୋଲ /ପାରାଦ୍ବୀପ:ରମେଶ ମହାନ୍ତି-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦାଇଁଲୋ ପଞ୍ଚାୟତ ହନୁମାନ ମନ୍ଦିର ନିକଟରେ ତୃତୀୟ ପର୍ଯ୍ୟାୟ (ଶେଷ)ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନା ବିଷୟରେ ଉପସ୍ଥିତ ଲୋକମାନଙ୍କୁ ପାଲା ଜରିଆରେ ସଚେତନ କରାଯାଇଥିଲା । ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ଧନଞ୍ଜୟ ସୂତାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ଶନାତନ ଦଳାଇ,ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ପୁଷ୍ପିତା ଦାସ,ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ସୋରେନ,ଜିପିଟିଏ ମିରାବାଈ ସାମଲ,ଆଇ ସି ଡି ଏସ ସୁପରଭାଇଜର ଶୋଭାରାଣୀ ମହାନ୍ତି, ଚନ୍ଦ୍ରଶେଖର ଉପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରଥ ମଲ୍ଲ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କର ବାର୍ଦ୍ଧକ୍ୟ ଭତ୍ତା,କଳାକାର ଭତ୍ତା,ଖାଦ୍ୟ ସୁରକ୍ଷା ଯୋଜନା,ନିର୍ମାଣ ଶ୍ରମିକ ଯୋଜନା, ମମତା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଗ୍ରାମ୍ୟ ବିଦ୍ୟୁତ କରଣ ଯୋଜନା, ବିଜୁ ପକ୍କାଘର ଯୋଜନା, ମିଶନ ଶକ୍ତି ପରି ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଉପସ୍ଥିତ ଲୋକମାନଙ୍କୁ ଅବଗତ କରାଇଥିଲେ । ଏଥି ସହିତ କିଛି ଦିନ ପୂର୍ବରୁ ଉକ୍ତ ପଞ୍ଚାୟତରୁ ମୃତ୍ୟୁ ବରଣ କରିଥିବା ଦାଇଁଲୋ ଗ୍ରାମର ପହଲି ଦାସ,ରଘୁନାଥ ଦାସ,ସବିତା ବାରିକ,ପୋଷଲ ଗ୍ରାମର ହାରାମଣୀ ଦେଈ,ଗୁରୁବାରୀ ସାହୁ,କେଶିପୁର ଗ୍ରାମର ନେତ୍ରାନନ୍ଦ ଦାସଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ (ଜି ଆର ଏସ୍) ସମରେନ୍ଦ୍ର ମିଶ୍ର,(ଆର୍ ଆଇ) ବୈରାଗୀ ଚରଣ ସାହୁଙ୍କ ସମେତ ପଞ୍ଚାୟତର ୪ଶହରୁ ଉର୍ଦ୍ଧ ମହିଳା ଓ ପୁରୁଷ ଯୋଗଦେଇଥିଲେ।

Leave A Reply

Your email address will not be published.