ଚିଠି ପାଇଁ ଚିଠି ଦେବେ ! ଇତି………….

0

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ): ଭଦ୍ରକ ଜିଲ୍ଳାର ବେକାର ଯୁବକ ଯୁବତୀଙ୍କୁ ସରକାରୀ ଚାକିରି ଯୋଗାଇବା ଦାବୀ ନେଇ ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଡାକ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ସମୂହ ଦସ୍ତଖତ ସମ୍ବଳିତ ଚିଠି ପଠା ଯାଇଛି । ଭଦ୍ରକ ଜିଲ୍ଳାରେ ହଜାର ହଜାର ବେକାର ଶିକ୍ଷିତ ଯୁବକ ଯୁବତୀ ଚାକିରି ଖଣ୍ଡିଏ ପାଇବା ପାଇଁ ନାମ ପଞ୍ଜିକରଣ କରି ଚାହିଁ ବସିଛନ୍ତି । ହେଲେ ସେମାନଙ୍କୁ ଚାକିରିଟିଏ ମିଳି ପାରୁନାହିଁ । ରାଜ୍ୟରେ ଲକ୍ଷ ଲକ୍ଷ ପଦ ଖାଲି ପଡିଥିବା ବେଳେ ସରକାର ନିଯୁକ୍ତି ସୃଷ୍ଟି କରୁ ନାହାନ୍ତିି । ଅପରପକ୍ଷେ ନିଯୁକ୍ତି ମେଳା ନାମରେ ପ୍ରହସନ କରିବା ସାଙ୍ଗକୁ ଗରୀବ ରୋଜଗାରଶୂନ୍ୟ ପିଲାମାନଙ୍କ ଠାରୁ ଶହେ ଟଙ୍କା ହିସାବରେ ଆଦାୟ କରି ପିଲାମାନଙ୍କୁ ଭୁଆଁ ବୁଲେଇଲେ । କ୍ଷୁଦ୍ର ଓ ଅଣଶିଳ୍ପ କରିଥିବା ଯୁବକମାନଙ୍କ ଉପରେ ଅଧିକା ବିଜୁଳୀ ଦେୟ ଲଦି ଦେବାରୁ ସେମାନେ ବାଧ୍ୟ ହୋଇ ଶିଳ୍ପ ସବୁକୁ ବନ୍ଦ କରିଦେଲେ । କ୍ଷେତକୁ ପାଣି ନାହିଁ, ବିଜୁଳି ନାହିଁ, ମଣ୍ଡି ନାହିଁ, ବଜାର ବ୍ୟବସ୍ଥା ନାହିଁ, ଶୀତଳ ଭଣ୍ଡାର ନାହିଁ ସେଥିପାଇଁ ଯୁବକମାନେ ଚାଷରୁ ବିମୁଖ ହୋଇ ପଡିଛନ୍ତି । ନରେନ୍ଦ୍ର ମୋଦି ଓଡିଶାକୁ ପ୍ରଚୁର ଅର୍ଥ ଏବଂ ପ୍ରକଳ୍ପ ଦେଇଛନ୍ତି, କିନ୍ତୁ ରାଜ୍ୟ ସରକାର ଭଦ୍ରକରେ ପ୍ରତିଷ୍ଠା  ହେବାକୁ ଥିବା ଟେକ୍ସଟାଇଲ ପାର୍କ ପାଇଁ ଜମି ଦେଉ ନାହାନ୍ତି । ଏଥିଲାଗି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସରକାରଙ୍କଠୁଁ ଜବାବ ମାଗୁଛି । ଏଥି ଲାଗି ଯୁବମୋର୍ଚ୍ଚା ନଗର ମଣ୍ଡଳ ପକ୍ଷରୁ ମୋର୍ଚ୍ଚାର ଜିଲ୍ଳା ସଭାପତି ସୁରେଶ ସାମଲଙ୍କ ନେତୃତ୍ୱରେ ମହମ୍ମଦ ଅଲୀ ସବର, ଚନ୍ଦ୍ରମୋହନ ମହାପାତ୍ର, ଦୀପକ ରଂଜନ ନାୟକ, ଅନନ୍ତ ଦାସ, ମଧୁ ପୁର୍ତ୍ତୀ, ସନ୍ତୋଷ ବେହେରା, ଜଗନ୍ନାଥ ମହାନ୍ତି, ଗଣେଶ ପତି, ରାଜେଶ ଦାସ, ସତ୍ୟଜିତ ନାୟକ, ସୁନିଲ ସେଠୀ ପ୍ରମୁଖ ଡାକଯୋଗେ ନବୀନ ପଟ୍ଟନାୟକଙ୍କୁ ଚିଠି ପଠାଇଛନ୍ତି ।

Leave A Reply

Your email address will not be published.