ରତନପୁରରେ ପାନୀୟଜଳ ସମସ୍ୟା:  ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଫେରାଦହେଲେ ଆମ ଆଦମୀ କର୍ମକର୍ତ୍ତା

0

ଦେଓଗାଁ :ବଲାଙ୍ଗିର ଜିଲ୍ଲା ଦେଓଗାଁବ୍ଲକ ଗାଇବାହାଲ ପଞ୍ଚାୟତରେ ଆଜକୁ ଦୀର୍ଘବର୍ଷହେଲା ପାନୀୟଜଳ ଯୋଗାଣ ପ୍ରକଳ୍ପ ଥିଲେ ସୁଦ୍ଧା ଲୋକଙ୍କ କୈାଣସୀ କାମରେ ଆସୁନାହିଁ । ପାଇପ ଗୁଡିକ ଅନେକ ସ୍ଥାନରେ ଫାଟିଯାଇଥିବା ବେଳେ ବିଭାଗୀୟ ଅପାରଗତା ଯୋଗୁଁ ସମସ୍ୟାର ସମାଧାନ ହୋଇପାରୁନଥିବା ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି । ଏ ସଂକ୍ରାନ୍ତରେ ସୋମବାର ଆମ ଆଦମୀପାର୍ଟୀର ଜିଲ୍ଲା ସଂଗଠକ ଆଶିଷ କୁମାର ପାଣ୍ଡେଙ୍କ ନେତୃତ୍ୱରେ ଗାଁର ଧନଞ୍ଜୟ କରନ,ଡମ୍ବରୁଧର ରଣା,ଅଶୋକ କୁମାର ଭଣ୍ଡା,ଗୋପାଳ ବାଗ,ବିଭୂତି ଭୋଇ,ଗୋପାଳ ସାହୁ,ଲକ୍ଷ୍ମଣ ଷାଣ୍ଢ ପ୍ରମୁଖ ୧୦ରୁ ଉଦ୍ଧ୍ୱର୍ ଯୁବକ ଜିଲ୍ଲା ଜଳଯୋଗାଣ କାର୍ଯ୍ୟାଳୟକୁ ଯାଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କୁ ସାକ୍ଷାତ କରି ଆଗକୁ ଗ୍ରୀଷ୍ଣଋତୁ ଆସୁଥିବାରୁ ତୁରନ୍ତ ପାନୀୟଜଳ ସମସ୍ୟାର ସମାଧାନ କରିବାକୁ ଦାବୀ କରିଥିଲେ ।ଲକ୍ଷାଧିକ ଟଙ୍କାର ପ୍ରକଳ୍ପ ଥାଇ ସୁଦ୍ଧା କୈାଣସୀ କାମରେ ନ ଆସିବାରୁ ଗାଁର ମହିଳାମାନେ ହାରାହାରୀ ୧ କିଲୋମିଟର ଦୂରକୁ ପାଣି ଆଣିବାକୁଯାଉଥିବାରୁ ଗାଁରେ ତୀବ୍ର ଅସନ୍ତୋଷ ବୃଦ୍ଧିପାଉଛି ।  

Leave A Reply

Your email address will not be published.