ଯୁବାଗୁଡ଼ା ଗ୍ରାମ ରୁଷିମାଳ ସାହି : କୁଆଡେ ଯାଇଛି ବିଜୁଳି ଜମା ଆସୁନାହିଁ 

0

ଘୁ.ଉଦୟଗିରି/ ଗଗନ ପ୍ରଧାନ :  କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ଯୁବାଗୁଡ଼ା ପଞ୍ଚାୟତର ରୁଷିମାଳ ଗୁରୁ ମନ୍ଦିର ସାହି ଠାରେ ବିଦ୍ୟୁତ ସରବରାହ ବନ୍ଦ୍ ଥିବା ଗ୍ରାମ ବାସି କହିଛନ୍ତି | ଘଟଣା ସଂପର୍କରେ ଅଞ୍ଚଳବାସୀ ବିଦ୍ୟୁତ୍ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ଅବଗତ କରିବା ସତ୍ତ୍ୱେ  ମଧ୍ୟ କୌଣସି ସୁଫଳ ମିଳୁ ନଥିବା କହିଛନ୍ତି ଏବଂ ଲାଞ୍ଚ ଦଶ ହଜାର ଟଙ୍କା ନେଇଛନ୍ତି | ବିଦ୍ୟୁତ୍ ସରବା ରାହା ଖରାପ ହୋଇ ତିନି ମାସ ବିତିଲାଣି ଯାହା ପାଇଁ ଅଞ୍ଚଳ ବାସି ବହୁ ସମସ୍ୟାର ସମୁଖୀନ ହେଉଛନ୍ତି, ଏପରିକି ଏକ ଖ୍ରୀଷ୍ଟିଆନ୍ ଶିକ୍ଷା ଅନୁଷ୍ଠାନ ମିଶନ ଏଥିମଧ୍ୟରୁ ବାଦ ପଡ଼ି ନାହିଁ, ଅନ୍ତେବାସୀ ପାଠପଢ଼ାରେ ମଧ୍ୟ ସମସ୍ୟା ହେଉଥିବା କହିଛନ୍ତି | ପରୀକ୍ଷା ମୁଣ୍ଡ ଉପରେ ଥିବା ବେଳେ ଏମିତି ବିଦ୍ୟୁତ ବିଭ୍ରାଟ ସେମାନଙ୍କୁ ଚିନ୍ତାରେ ପକାଇଦେଇଛି | ତେଣୁ ସରକାରଙ୍କ ବିକାଶ କେବଳ ଏକ ପ୍ରହସନ ବୋଲି ସାଧାରଣରେ ଚର୍ଚା ହେଇଛି, ଗ୍ରାମର ସମସ୍ତେ ବିପିଏଲ୍ ପରିବାର ଦିପ ଜାଳି ରାତ୍ର ବିତାନ୍ତି ଏବଂ ମିଶନ ହଷ୍ଟେଲରେ ପଢ଼ୁଥିବା ଅନ୍ତେବାସୀ  ବହୁ ସମସ୍ୟା ସମ୍ମୁଖୀନ ହେଉଥିବା ଅବିଭାବକ କହିଛନ୍ତି, ଏହି ଦିଗରେ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ   ସୁରେଶ କଦ୍ମାସେଟ୍, ସାରଦାସ ଉଠାଣସିଂ,ସୁକାନ୍ତ ପାଟମାଝୀ, ବିରେନ୍ଦ୍ର ବଡ଼ସେଟ୍,ଲୁକାସ ପାଟମାଝୀ,ଅଭିମନ୍ୟୁ ବଡ଼ସେଟ୍, ରାଜେ ବଡ଼ସେଟ୍, କେସବ ବଡ଼ସେଟ୍, ସୁବାସ ବସ୍ତ୍ରାଏ,କିଶ୍ୱର ବଡ଼ସେଟ୍,ବିଦ୍ୟାଭବନ ହଷ୍ଟେଲ୍ ଅନ୍ତେବାସୀ ଦାବି କରିଛନ୍ତି |

 

Leave A Reply

Your email address will not be published.