ଝଙ୍କଡ଼ ଶାରଳା ପୀଠରେ ଅଗ୍ରଣୀ “ଶାରଳା ପଞ୍ଜିକା”ର ପାଣ୍ଡୁଲିପି ପୂଜା

0

ତିର୍ତ୍ତୋଲ /ପାରାଦ୍ବୀପ :ରମେଶ ମହାନ୍ତି -ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ ବାସିନୀ ମା’ଶାରଳାଙ୍କ ପୀଠରେ ସରସ୍ୱତୀ ପୂଜା ଅବସରରେ ଶାରଳା ଦାସ ସ୍ମୃତି ସାଂସଦ ତରଫରୁ ପ୍ରକାଶ ପାଇ ଆସୁଥିବା ଅଗ୍ରଣୀ “ଶାରଳା ପଞ୍ଜିକା”ର ପାଣ୍ଡୁଲିପି ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମା’ଶାରଳାଙ୍କ ମନ୍ଦିରର ବଡପଣ୍ଡାଙ୍କ ସହଯୋଗରେ ୪ର୍ଥ ବର୍ଷପାଇଁ ସମସ୍ଥ କାର୍ଯ୍ୟ ସମାପନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମକର୍ତ୍ତା ଓ ଗଣକ ଜ୍ୟୋତିଷ ବିଦ୍ୟାବାରିଧି ପ୍ରଦୀପ୍ତ କୁମାର ବିଶ୍ବାଳ, ତ୍ରିନାଥ ବାରିକ, କବି ବିକାଶ ଚନ୍ଦ୍ର ପରିଜା, ଜ୍ୟୋତିଷ ଶରତ ଚନ୍ଦ୍ର ଦାଶ, ଇଂ ସୁବାସ ସାହୁ, ଚନ୍ଦ୍ରକାନ୍ତ ପାଢୀ, ରାଜେନ୍ଦ୍ର ଲେଙ୍କା ପ୍ରମୂଖ ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.