ନିଷ୍ଠା ଓ କଠିନ ଅଧ୍ୟବସାୟ ବଳରେ କୀର୍ତ୍ତିମାନ ସ୍ଥାପନ ସମ୍ଭବ : କୁସୁମ 

0

ସୁନ୍ଦରଗଡ଼ ଜିଲ୍ଲାର ମାନମୁଣ୍ଡାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ  ଉଦଯାପିତ

ସୁନ୍ଦରଗଡ/ହୋରାଚାନ୍ଦ ଦେଉରିଆ 

ମାନମୁଣ୍ଡା ଗ୍ରାମରେ ଦୁଇ ଦିନ ଧରି ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ସୁନ୍ଦରଗଡ଼ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବ ନିଯୁକ୍ତ ଅଧ୍ୟକ୍ଷା କୁସୁମ ଟେଟେ | ,ଏହି ଅବସରରେ ଖେଳାଳୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଖେଳାଳୀ ମାନଙ୍କ ପାଇଁ ଯେଉଁ ପଦଖେପ ନିଆଯାଇଛି ଆଉ ଯେଉଁ ସୁନ୍ଦର ଯୋଜନା କରାଯାଇଛି, ତାକୁ କିଭଳି ଭାବରେ ଖେଳାଳିମାନେ ଉନ୍ନତି କରିପାରିବେ ସର୍ବୋପରି ଜିଲ୍ଲା, ରାଜ୍ୟ ତଥା ଦେଶ ପାଇଁ ଖେଳି  ଗୌରବ ଆଣିପାରିବେ ସେଥିପାଇଁ ପରାମର୍ଶ ଦେଇଥିଲେ | ସୁନ୍ଦରଗଡ଼ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସମ୍ପ୍ରତି  କ୍ରୀଡ଼ା ରାଜଧାନୀ ରୁପେ ଜଣାଶୁଣା | ଏହି ମାଟିର ଅନେକ ସୁଯୋଗ୍ୟ ସନ୍ତାନ ମାଇକେଲ କିଣ୍ଡୋ, ପଦ୍ମଶ୍ରୀ ଦିଲୀପ ତିର୍କୀ, ପ୍ରୋବୋଧ ତିର୍କୀ, ଇଗ୍ନେସ ତିର୍କୀ ଙ୍କ ସମସ୍ତ ପୁରୁଷ ଓ ମହିଳା ଖେଳାଳି ତଥା ଅନ୍ୟାନ୍ୟ କ୍ରୀଡାର କ୍ରୀଡ଼ାବିତ ଜିଲ୍ଲା, ରାଜ୍ୟ  ତଥା ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି |  ବିଶ୍ୱକପ ଏବଂ ଅଲମ୍ପିକରେ ଦେଶର ପ୍ରତିନିଧିତ୍ବ କରି ଆମକୁ ଗୌରବାନ୍ୱିତ କରିଛନ୍ତି |  ତେଣୁ ସମର୍ପିତ ଭାବ, ନିଷ୍ଠା ଓ କଠିନ ଅଧ୍ୟବସାୟ ବଳରେ ଆପଣମାନେ ଦିନେନା ଦିନେ  ନିଶ୍ଚିତ ଭାବେ ଆମ ରାଜ୍ୟ ଓ ଦେଶର ନା ବିଶ୍ଵ ଇତିହାସରେ କୀର୍ତ୍ତିମାନ ସ୍ଥାପନ କରିବେ ବୋଲି ଶ୍ରୀମତୀ ଟେଟେ କହିଥିଲେ | ଆପଣମାନଙ୍କ ପାଇଁ  ମୋର ତରଫରୁ ଆଶୀର୍ବାଦ, ଶୁଭେଚ୍ଛା  ଓ ଶୁଭକାମନା ସବୁଦିନ ପାଇଁ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ | 

ଦ୍ଵିତୀୟ ଦିନର ଫାଇନାଲରେ ତୁଡାଲଗା- କରମଡ଼ିହି ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିଲା | ସେଥରେ କରମଡ଼ିହି  ଫାଇନାଲ୍ ବିଜେତା ହୋଇଥିଲା | ବିଜେତା ଦଳକୁ ୧୦୦୦୦  ତାଙ୍କ ସହ ସହ କପ ଦିଆଯାଇଥିଲା | ରନର୍ସ ଅପ ହୋଇଥିବା ତୁଡାଲଗା ଟିମକୁ ୭୦୦୦ ଟଙ୍କା ସହ କପ ପ୍ରଦାନ କରିଥିଲେ ମୁଖ୍ୟ ଅତିଥି | 

 

Leave A Reply

Your email address will not be published.