ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୮ତମ ବାର୍ଷିକ କ୍ରୀଡା

3

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୮ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆୟୋଜିତ ଉଦଘାଟନୀ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷା ରୁନିବାଳା ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କ୍ରୀଡା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ରୂପେ ଉଦଘାଟନ କରିଥିଲେ |ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ପ୍ରଶାସନିକ ଅଧିକ୍ଷକ ତ୍ରିନାଥ ବେହେରା, କ୍ରୀଡା ଅଧିକାରୀ ସୁଶାନ୍ତ କୁମାର ଲେଙ୍କା ,ସହ କ୍ରୀଡା ଅଧିକାରୀ ପି.ଦିପକ ରାଓ ପ୍ରମୁଖ ମଞ୍ଚାସୀନ ରହି ଛାତ୍ର ଛାତ୍ରୀଙ୍କୁ ଅଭିଭାଷଣ ପ୍ରଦାନ କରି ଉତ୍ସାହିତ କରିଥିଲେ | କାର୍ଯ୍ୟକ୍ରମ ଆରମ୍ଭରେ ସ୍ଥାନୀୟ ବୀର ହନୁମାନଙ୍କ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ଖେଳ ପଡିଆରେ ପହଞ୍ଚିବା ପରେ କ୍ରୀଡାବିତ୍ ଙ୍କ ସମୂହ ଶପଥ ପାଠ,କ୍ରୀଡା ପତାକା ଉତ୍ତୋଳନ ଏବଂ ଜାତୀୟ ସଂଗୀତ ଗାନ ଆଦି କାର୍ଯ୍ୟକ୍ରମ ପରେ କ୍ରୀଡା କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା ା ୧୦୦ମିଟର ଏବଂ ୨୦୦ ମିଟର ଦୌଡ,ଉଚ୍ଚ ଡିଆଁ,ଲମ୍ବ ଡିଆଁ, ମ୍ୟୁଜିକ ଚେୟାର,ସଟ୍ ପୁଟ ଥ୍ରୋ,ଡିସକସ୍ ଥ୍ରୋ ଆଦି କ୍ରୀଡା ଉଭୟ ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ଅନୁଷ୍ଠିତ ହୋଇଥିବା ବେଳେ ଅନୁଷ୍ଠାନର ଶତାଧିକ ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଥିଲେ | ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା ବିଭାଗର ଛାତ୍ରୀ ଉଷାରାଣୀ ପଣ୍ଡା ଖେଳ ଚମ୍ପିଅନ୍ ହୋଇ ସମ୍ବର୍ଦ୍ଧିତ ହୋଇଥିଲେ ା ଅପରାହ୍ନରେ ଆୟୋଜିତ ଉଦଯାପନୀ ଉତ୍ସବରେ ସ୍ଥାନୀୟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାର ମୁଖ୍ୟ ପରିଚାଳକ ଦୟାଲ ସେଠୀ ଅତିଥି ରୂପେ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ | ନିକଟସ୍ଥ ଖାଇରପଟି ବିଦ୍ୟାଳୟର କ୍ରୀଡା ଶିକ୍ଷକ ଦୁର୍ଗା ମାଧବ ଶତପଥୀ, ଗାଙ୍ଗପୁର ବିଦ୍ୟାଳୟର କ୍ରୀଡା ଶିକ୍ଷକ ଆଶୁତୋଷ ସ୍ବାଇଁଙ୍କ ସମେତ ପୂର୍ବତନ ଛାତ୍ର କାହ୍ନୁ ଚରଣ ବିଷୋୟୀ ପ୍ରମୁଖ କ୍ରୀଡାକୁ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ,ଅଧ୍ୟାପିକା,ପ୍ରତିପାଦକ,ପ୍ରତିପାଦିକା ଏବଂ ଅଣ ଶୈକ୍ଷିକ କର୍ମଚାରୀ ବୃନ୍ଦ ଏହି କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ସହଯୋଗ କରିଥିଲେ ା ଶେଷରେ ସୁଶାନ୍ତ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ |

Leave A Reply

Your email address will not be published.