ଜିଲ୍ଲା ସ୍ତରୀୟ ଦକ୍ଷତା ଅଭିବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

3

ବଲାଙ୍ଗୀର,ଘନଶ୍ୟାମ ନାଗ (ବିଶେଷ ପ୍ରତିନଧି):- ସଇଁତଲା ବ୍ଲକ ପ୍ରାଣୀଚିକିତ୍ସାଲୟ ପରିସରରେ ସ୍ଥାନୀୟ ପ୍ରାଣୀ ସମ୍ପଦ ବିଭାଗର ସହଯୋଗରେ ତିନିଦିନିଆ ଜିଲ୍ଲା ସ୍ତରୀୟ ଦକ୍ଷତା ଅଭିବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ମଧ୍ୟମ ଔଦ୍ୟୋଗିକ ଛେଳି ପାଳନ ସମ୍ପର୍କିତ ଉନ୍ନତ ପ୍ରଶିକ୍ଷଣ ଏହି ଶିବିରର ମୁଖ୍ୟ ଆକର୍ଷଣ ଥିଲା।
ପ୍ରାଣୀଚିକିତ୍ସାଲୟର ଅଧିକାରୀ ଡ଼. ପ୍ରମୋଦ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. ସାରଦା ପ୍ରସାଦ ସିଂ ବରିହା ଉଦ୍ଘାଟନ କରିଛନ୍ତି।
ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିବା ଟିଟିଲାଗଡ଼ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. ସୁବେନ୍ଦୁ ସୁଧା ଷଡଙ୍ଗୀ ଛେଳି ପାଳନରେ ଉନ୍ନତ ବୈଜ୍ଞାନିକ ପଦ୍ଧତି, ଖାଦ୍ୟ ପରିଚାଳନା, ରୋଗ ପରିଚୟ ଓ ନିର୍ଦ୍ଦେଶନାଦି ବିଷୟରେ ଦକ୍ଷତା ଅର୍ଜନ କରିବାକୁ ଅଂଶଗ୍ରାହୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଶିବିର ସମୟରେ କ୍ଷେତ୍ର ପରିଦର୍ଶନ ସହ ପ୍ରାକ୍ତିକାଲ୍ ଶିକ୍ଷାର ଆୟୋଜନ ମଧ୍ୟ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଡ଼. ବବିତା ପାତ୍ର, ଡ଼. ଭୋଗିନ୍ଦ୍ରନାଥ ମେହେର, ଡ଼. ସୁରେମ୍ୟା ପଣ୍ଡା, କିରଣ ପାଣିଗ୍ରାହୀ, ସଂଗୀତା ପଧାନ ଆଦି ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।
ମୋଟ ୨୦ ଜଣ ଛେଳି ପାଳକ ଏହି ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିଲେ। ପ୍ରାଣୀଚିକିତ୍ସାଲୟର କର୍ମଚାରୀ ରିବୁଲ ଦେଓ, ଇନ୍ଦ୍ର ରହତେଇ, ଶଙ୍କର ଭୋଇ, ଗଙ୍ଗାଧର ଗୌଡ଼, ଯମୁନା ସ୍ବାଇଁ, ବିଜୟ ମାଝୀ, ଦେବଦର୍ତ୍ତ ସାହୁ ଆଦିଙ୍କ ସହଯୋଗରେ ଶିବିର ସଫଳ କରାଯାଇଛି।

Leave A Reply

Your email address will not be published.