କିଶୋର କିଶୋରୀ ପ୍ରତିଭା ଅନ୍ୱେଷଣକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

3

 

ବେଲଗୁଣ୍ଠା-:(ଶିବରାମ ଚୌଧୁରୀ)-,,ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ବୁଧବାର ବେଲଗୁଣ୍ଠା ବ୍ଳକ୍ ସମ୍ମିଳନୀ ଗୃହରେ ପ୍ରକଳ୍ପ ସ୍ତରୀୟ କିଶୋର କିଶୋରୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବେଲଗୁଣ୍ଠା ସିଡ଼ିପିଓ ନଳିନୀ କୁମାରୀ ମହାରଣା ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବିଡ଼ିଓ କଳାକୃଷ୍ଣ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏବିଡିଓ ସନ୍ତୋଷ କୁମାର ମନ୍ତ୍ରୀ, ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପ୍ରତିଭା କୁମାରୀ ରଥ, ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡ଼ାକ୍ତର ସବିତା,ସୁପରଭାଇଜର ବିଜୟ ଲକ୍ଷ୍ମୀ ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ Iଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ କ୍ଲଷ୍ଟର୍ ରୁ ଆସିଥିବା କିଶୋରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ,ବକ୍ତୃତା ଆଦି ପ୍ରତିଯୋଗୀତା କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା I କଳା ଓ ସଂସ୍କୃତି ସଂଘ ତରଫରୁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହା ସହିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ହୋଇଯାଇଥିବା ଅଦ୍ୱୀକା କାର୍ଯ୍ୟକ୍ରମର ବିଜେତା ମାନଙ୍କୁ ମଧ୍ୟ ଆଜି ସିଡିପିଓ ଅଫିସରେ ଥାନା ଅଧିକାରୀ ଶ୍ରୀମତୀ ଶବର ଓ ତହସିଲଦାର ଶ୍ରୀ ପ୍ରଧାନ ପୁରସ୍କୃତ କରିଛନ୍ତି I

Leave A Reply

Your email address will not be published.