ଉତ୍କଳ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ, ରାୟଗଡ ଜିଲ୍ଲାର ବନ୍ଧୁ ମିଳନ

2

ରାୟଗଡ: ସ୍ଥାନୀୟ ରାୟଗଡ ବ୍ଲକ ଅନ୍ତର୍ଗତ ପିତାମହଲ ଗ୍ରାମ ପଞ୍ଚାୟତ ଠାରେ ଥିବା ବରିଷ୍ଠ ଆଇନଜୀବୀ ଶ୍ରୀ ବିଭୁ ପ୍ରଧାନଙ୍କ ଫାର୍ମ ହାଉସରେ ଉତ୍କଳ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ, ରାୟଗଡ ଜିଲ୍ଲାର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘର ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗାଙ୍କ ନେତୃତ୍ୱରେ ସମସ୍ତ ସଭ୍ୟ ସଂଘରେ ହେବାକୁ ଥିବା ଆଗାମୀ ଦିନରେ ସଙ୍ଘର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ l ଏହି ଅବସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘର ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ, ଉପଦେଷ୍ଟା ଶ୍ରୀ କ୍ରିଷ୍ଣା ମୂର୍ତ୍ତି ପଟ୍ଟନାୟକ, ଶ୍ରୀ ସରୋଜ କୁମାର ସାହୁ, ଉପ ସଭାପତି ଶ୍ରୀ ସନ୍ତୋଷ ଲମତା, ସହ ସମ୍ପାଦକ ଶ୍ରୀ ଦୀପକ ପଣ୍ଡା, ସଭ୍ୟ ଶ୍ରୀ ବିଭୁ ପ୍ରସାଦ ଶତପଥି, ଶ୍ରୀ ମହେନ୍ଦ୍ର କୁମାର ସ୍ୱାଇଁ, ଶ୍ରୀ ରତ୍ନାକର ନାଏକ, ଶ୍ରୀ ଜଗବନ୍ଧୁ ଲିମା, ଶ୍ରୀ ବି. ଶ୍ରବଣ କୁମାର, ଶ୍ରୀ କିଶୋର ଚନ୍ଦ୍ର ପାଢ଼ୀ, ଶ୍ରୀ ନରସିଂହ ନାଥ ମହାପାତ୍ର, ଶ୍ରୀ ସୁରେଶ କୁମାର ପାଢ଼ୀ, ଶ୍ରୀ ମିଟୁ ଦଣ୍ଡସେନା ଶ୍ରୀ ହରି ନାରାୟଣ ଦାଶ ପ୍ରମୁଖ ସଭ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିବା ବେଳେ ନିମନ୍ତ୍ରିତ ଅତିଥି ଶ୍ରୀ ବରିଷ୍ଠ ଆଇନଜୀବୀ ଶ୍ରୀ ବିଭୁ ପ୍ରଧାନ, ନବ ଭାରତ ନିର୍ମାଣ ସେବା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼ଃ. ବୋମାଲୀ କାନ୍ତା ରାଓ, ଶ୍ରୀ ପିତାମ୍ବର ବେହେରା (ମହା ପ୍ରବନ୍ଧକ ଓ ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ, ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ଼), ଶ୍ରୀ ରୋହିତ ଜେନା (ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ଼), ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦୁର୍ଗା ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଝୁନା ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଧବଳେଶ୍ୱର ନାଇଡୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଜି. ଗୌରୀ ଶଙ୍କର, ଅନ୍ୟମାନେ ଉକ୍ତ ବନ୍ଧୁ ମିଳନରେ ଯୋଗଦେଇ ଉପଭୋଗ କରି ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ କରିଥିଲେ

Leave A Reply

Your email address will not be published.