ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ଆଜି ସୁବର୍ଣ୍ଣପୁର ଜିଲ୍ଲା କୃଷି କାର୍ଯାଳୟ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ସ୍ଥିତ ପୋଲିଟେକନିକ ମହାବିଦ୍ୟାଳୟ ଠାରେ ବିଶ୍ୱ ମୃତ୍ତିକା ଦିବସ ପାଳନ କରାଯାଇଛି।ଏହି କାର୍ଯକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରୁଦ୍ରଦେବ ରାଉତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟତମ ଅଥିତି ଭାବେ ଏଡିଓ ସୋନପୁର ଘନଶ୍ୟାମ ଦେହୁରୀ, ଜିଲ୍ଲା ମୁଖ୍ୟ ପଶୁଚିକିତ୍ସକ ଅଧିକାରୀ ଡାକ୍ତର ରଞ୍ଜନ କୁମାର ଦାସ, ଅଞ୍ଚଳ ପରିଚାଳକ ମାର୍କଫେଡ଼, ଘନେଶ୍ୱର ମହାପାତ୍ର, ନିର୍ମଳ କ୍ରିଷ୍ଣାନୀ ପିପିଏଲ ସମ୍ବଲପୁର ର ମାର୍କେଟ ଡେଭଲପମେଣ୍ଟ ଅଧିକାରୀ ଉପସ୍ଥିତ ଥିଲେ। ଏହି କାର୍ଯକ୍ରମରେ ପ୍ରଥମେ ଜିଲ୍ଲାର ଦୁଇ ଉପଖଣ୍ଡରୁ ଆସିଥିବା ଚାଷୀମାନେ ପଞ୍ଜିକରଣ କରିବା ପରେ ମୃତ୍ତିକା ଦିବସ ପାଳନ କାର୍ଯକ୍ରମରେ ଭାଗ ନେଇଥିଲେ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଗ୍ରହଣ କରିଥିଲେ। ଏହି ବର୍ଷ ବିଶ୍ୱ ମୃତ୍ତିକା ଦିବସର ବିଷୟ ବସ୍ତୁ ରହିଛି “ସୁସ୍ଥ ସହର ପାଇଁ ସୁସ୍ଥ ମୃତ୍ତିକା”। ଏହି ଅବସରରେ ଚାଷୀ ମାନଙ୍କୁ ଜୈବକ ପ୍ରାଣଳୀରେ ଚାଷ କରିବା ପାଇଁ ଉତ୍ସାହିତ କରାଯାଇଛି। ଏହି ଅବସରରେ ଶ୍ରୀ ରାଉତ କହିଛନ୍ତି ଯେ ଚାଷୀମାନେ ହିଁ ମୃତ୍ତିକା। ଜଣେ ଚାଷୀ ଭାବରେ ଆମେ ପ୍ରଥମେ ମୃତ୍ତିକାର ସୁସ୍ଥତା ବା ତାର ଉର୍ବରତା ବିଷୟରେ ନିହାତି ଚିନ୍ତା କରିବା ଜରୁରୀ। ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ର (KBK)ର ମୁଖ୍ୟ ବିଶ୍ୱରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଏହି ଦିବସକୁ ଆମେ ମାତୃ ଦିବସ ପାଳନ କଲେ ଅତ୍ୟୁକ୍ତି ହେବ ନାହିଁ। ୨୦୧୪ ମସିହାରୁ ସରକାରୀ ଭାବରେ ବିଶ୍ୱ ମୃତ୍ତିକା ଦିବସ ପାଳନ କରାଯାଉଛି ଏବଂ ଏହି ୧୦ ବର୍ଷରେ ସରକାର ମୃତ୍ତିକାକୁ କେମିତି ସୁରକ୍ଷା ଦିଆଯିବ ଏବଂ ଆଗାମୀ ପିଢ଼ି ପାଇଁ ସଂରକ୍ଷିତ ରଖାଯିବ ସେଥିପାଇଁ ଲୋକଙ୍କୁ ସଚେତନ କରିଛନ୍ତି। ମୃତ୍ତିକାକୁ କେମିତି ପରୀକ୍ଷା କରାଯାଇପାରିବ ଏବଂ ତାର ନମୁନା କେମିତି ମୃତ୍ତିକା ପରୀକ୍ଷା କେନ୍ଦ୍ରକୁ ପଠାଯାଇ ପାରିବ, ସେ ବିଷୟରେ ବିସ୍ତାର ରୂପରେ ଉପସ୍ଥିତ ଚାଷୀମାନଙ୍କୁ ବୁଝାଇଥିଲେ। ଜୈବିକ ଖତ ବ୍ୟବହାର କରିବା ପାଇଁ ଚାଷୀ ମାନଙ୍କୁ ଉପଦେଶ ଦେବା ସହିତ ପରାମର୍ଶ ଦିଆଯାଇଥିଲା।।
Sign in
Sign in
Recover your password.
A password will be e-mailed to you.