ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ଆଜି ପୂର୍ବାହ୍ନ ୧୦.୦୦ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ସୁବର୍ଣ୍ଣପୁର ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ ଜନସାଧାରଣଙ୍କ ସ୍ଵତନ୍ତ୍ର ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ, ସୁବର୍ଣ୍ଣପୁର ଡ଼ ନୃପରାଜ ସାହୁ ଏହି ସ୍ଵତନ୍ତ୍ର ଅଭିଯୋଗ ଶୁଣାଣି ଶିବିର ରେ ଉପସ୍ଥିତ ରହି ସୁବର୍ଣ୍ଣପୁର ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟର ଜନସାଧାରଣଙ୍କ ଠାରୁ ସର୍ବମୋଟ ୨୯ ଅଭିଯୋଗ ହସ୍ତଗତ ହୋଇଥିଲା ତନ୍ମଧ୍ୟରୁ ୧୫ ଗୋଟି ବ୍ୟକ୍ତିଗତ ଅଭିଯୋଗ ଓ ୧୪ ଗୋଟି ସାମୁହିକ ଅଭିଯୋଗ ପତ୍ର ହସ୍ତଗତ ହୋଇଥିଲା। ଏହି ଅଭିଯୋଗ ପତ୍ର ଗୁଡିକର ତଦନ୍ତ ଓ ତୁରନ୍ତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ତ୍ୱରିତ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ଫଇସଲା କରିବା ପାଇଁ ସଂପୃକ୍ତ ଅଧିକାରୀ ଓ କାର୍ଯ୍ୟାଳୟ ମାନଙ୍କୁ ପ୍ରେରଣ କରାଗଲା। ଏହି ସ୍ଵତନ୍ତ୍ର ଅଭିଯୋଗ ଶୁଣାଣି ଶିବିରରେ ସୁବର୍ଣ୍ଣପୁର ଜିଲ୍ଲାର ୨୩ ଜଣ ଯୋଗ୍ୟ ଆଦିବାସୀ ମହିଳା ଓ ପୁରୁଷଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ଜମି ପଟ୍ଟା ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ଦ୍ଵାରା ବିତରଣ କରାଯାଇଥିଲା। ଏହି ସ୍ଵତନ୍ତ୍ର ଅଭିଯୋଗ ଶୁଣାଣି ଶିବିରରେ ସହକାରୀ ଜିଲ୍ଲାପାଳ ଅଭିଯୋଗ ଶୁଣାଣି, ସୁବର୍ଣ୍ଣପୁର, ବିଶିକେଶନ ପ୍ରଧାନ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସଂଯୁକ୍ତା ମାଝୀଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀଙ୍କ ସହିତ ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post