ବିଜେପୁର; ବରଗଡ଼ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଖଗେଶ୍ବର ସାହିତ୍ୟ କଳା ପରିଷଦ ବିଜେପୁରରେ ଏକ ବୈଠକ ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ମୋହନ ସିଂ କହ୍ନେଇଙ୍କ ଅଧ୍ୟକ୍ଷତାରେ ପ୍ରଫେସର ଡକ୍ଟର ପ୍ରଦୀପ କୁମାର ପ୍ରଧାନ, ଅଧ୍ୟାପକ ସରୋଜ କୁମାର ପାଣିଗ୍ରାହୀ, ଡକ୍ଟର ଚିନ୍ମୟ ସାହୁ,ସହ ସଂପାଦକ ମକରଧ୍ବଜ ସାହୁ, କୋଷାଧ୍ୟକ୍ଷ ଦେବାଶିଷ ମେହେର,କବି ସାବିତ୍ରୀ ମେହେର,ଯୁବକବି ଶେଷଦେବ ମେହେର,ବ୍ୟଙ୍ଗ କବି ଯୋଗେଶ୍ୱର ତାଣ୍ଡି,କୋକିଳକବି ଦିଲେଶ ମେହେର ପ୍ରମୁଖ ଯୋଗଦେଇ ଆଲୋଚନାରେ ସାମିଲ ହୋଇଥିଲେ। ସଂପାଦକ ରାଜେଶ୍ବର ବେହେରା ସମସ୍ତଙ୍କୁ ସ୍ବାଗତ କରିବା ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଆଗାମୀ ବର୍ଷ ସ୍ବାଧୀନତା ସଂଗ୍ରାମୀ ତଥା ସମାଜସେବୀ ବଡମା ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ଅନୁଷ୍ଠିତ ହେବାକୁ ଯାଉଛି। ତେଣୁ ପରିଷଦ ପକ୍ଷରୁ ତାଙ୍କର ସ୍ମୃତି ଚାରଣ ନିମିତ୍ତ ବର୍ଷ ତମାମ ପ୍ରତି ମାସ ବିଜେପୁର ବ୍ଲକର ବିଭିନ୍ନ ସ୍ଥାନରେ ଜୟନ୍ତୀ ଉତ୍ସବ ପାଳନ କରିବାକୁ ଆଲୋଚନା ହୋଇଛି।ଏହି କାର୍ଯ୍ୟକ୍ରମ ଆଗାମୀ ଜାନୁୟାରୀ ୧୯ ରୁ ଆରମ୍ଭ କରିବାକୁ ସ୍ଥିର ହୋଇଛି। ସେହିପରି ଆଗାମୀ ଫେବୃଆରୀ ୧୮ ରେ ବିଶିଷ୍ଟ କଳାକାର ତଥା ଜମିଦାର ତୁଳସୀ ପ୍ରସାଦ ଗଡତୀୟାଙ୍କ ଜୟନ୍ତୀ ଓ ସାହିତ୍ୟାପ୍ରାଣ କବି ଖଗେଶ୍ବର ଶେଠଙ୍କ ପୁଣ୍ୟ ତିଥି ଅବସରରେ ପରିଷଦର ବଛରକିଆ ଉଛବ ସମାରୋହରେ ପାଳନ କରିବାକୁ ପ୍ରସ୍ତାବ ହୋଇଛି। ଉକ୍ତ ଦିନ ତମାମ ସାହିତ୍ୟ ଆଲୋଚନା, କଳାକାର ତୁଳସୀ ପ୍ରସାଦ ଗଡତୀୟା କଳା ସମ୍ମାନ ଓ ଖଗେଶ୍ବର ସାହିତ୍ୟ ସମ୍ମାନ ପ୍ରଦାନ କରାଯିବା ସହିତ ବହୁ ଭାଷୀ କବିତା ପାଠ, ସଙ୍ଗୀତ ସନ୍ଧ୍ୟା , ଲୋକଗୀତ, ଲୋକନୃତ୍ୟ ତଥା ସମ୍ବଲପୁରୀ ନାଟକ ପରିବେଷଣ କରାଯିବାକୁ ନିଷ୍ପତ୍ତି ହୋଇଛି। ଅପରପକ୍ଷରେ ପରିଷଦର ବାର୍ଷିକ ସମ୍ବଲପୁରୀ ସାହିତ୍ୟ ପତ୍ରିକାର ଚତୁର୍ଥ ବର୍ଷ -ଚତୁର୍ଥ ସଂଖ୍ୟାର ଲୋକାର୍ପଣ ଉତ୍ସବ ଆୟୋଜନ କରିବାକୁ ଆଲୋଚନା ହୋଇଛି। ସମ୍ବଲପୁରୀ ଭାଷାରେ ଗଳ୍ପ, ପ୍ରବନ୍ଧ, ଆଲୋଚନା, ରମ୍ୟରଚନା,ଫିଚର,ନାଟକ ,ଭ୍ରମଣକାହାଣୀ,ହସକଥା ଆଦି ଆଗାମୀ ଡ଼ିସେମ୍ବର ୩୦ ସୁଦ୍ଧା ନିଜର ଅପ୍ରକାଶିତ ଲେଖା ପ୍ରେରଣ କରିବାକୁ ଲେଖକ ମାନଙ୍କୁ ଆହ୍ବାନ କରାଯାଇଛି। ଉପସଭାପତି ହୃଦମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.