ଧ୍ୱନିପ୍ରତିଧ୍ୱନି ଓ ସାଗରିକାର ୪୪ତମ ମାସିକ ସାହିତ୍ୟ ଆସର 

0

ବାଲେଶ୍ୱର(ଉଜ୍ଜ୍ୱଳ କର): ଦୈନିକ ସମ୍ବାଦ ପତ୍ର ‘ଧ୍ୱନିପ୍ରତିଧ୍ୱନି’ ଓ ମାସିକ ସାହିତ୍ୟ ପତ୍ରିକା ‘ସାଗରିକା’ର ୪୪ତମ ମାସିକ ସାହିତ୍ୟ ଆସର ଅପରାହ୍ନରେ ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ ଅନୁଷ୍ଠିତ  ହୋଇଯାଇଛି । କବିତାର ମଧୁରତା ଓ ଭାଷାବିନ୍ୟାସ ପାଠକକୁ ବାନ୍ଧି ରଖିପାରେ । ଏହି ମନୋରମ ମନୋଜ୍ଞ ପରିବେଶ ମଧ୍ୟରେ ସାରସ୍ୱତ ସାଧକମାନେ ନିଜ ନିଜର କବିତା ପାଠ କରିଥିଲେ । ଏଥିରେ ଧ୍ୱନିପ୍ରତିଧ୍ୱନି ଓ ସାଗରିକାର ମୁଖ୍ୟ ସଂପାଦକ ସୃଷ୍ଟିଧର ପରିଡା ପୌରାହିତ୍ୟ କରିଥିଲେ । ସଂପାଦିକା ସୈରେନ୍ଦ୍ରୀ ସାହୁ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ କୁଞ୍ଜବିହାରୀ ଧଳ, କବି ଅଭୟ ଦାସ, ଆଇନଜୀବୀ ତଥା ସାହିତ୍ୟିକ  ବେଣୁଧର ରାଉଳ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ପ୍ରଫେସର ଡ. ରମାକାନ୍ତ ବେହେରା, ଜୟନ୍ତୀ କୁମାର ପାଣିଗ୍ରାହୀ, ସସ୍ମିତା ନାୟକ, ରେଖା ମହାପାତ୍ର, ସ୍ନିଗ୍ଧା ସାମନ୍ତ ରାୟ, ଗୟାଧର କର, ପ୍ରଭାତ କୁମାର ଆଚାର୍ଯ୍ୟ, ସୁବାଷ ଚନ୍ଦ୍ର ସ୍ୱାଇଁ, ଯୋଗେଶ ଚନ୍ଦ୍ର ପ୍ରଧାନ, ମହମ୍ମଦ ଇନାୟତ୍ ଅଲ୍ଲୀ ଖାଁ, କବି ରବିନ୍ଦ୍ର ବେହେରା, ଡ. ସନାତନ ସାହୁ, ପରେଶ ରାୟ ମହାପାତ୍ର, ସୁରେନ୍ଦ୍ର ବାରିକ, ଧନଞ୍ଜୟ ପ୍ରଧାନ, ସମର ବଲ୍ଲଭ ଭୋଇ, ଅରୁଣ କୁମାର ପାଢୀ, ନୟନା ରାୟ, ରମେଶ ବେହେରା, ପ୍ରତୀଲେଖା ଦାସ, ମଧୁସୂଦନ ମାଝୀ, ହିମାଂଶୁ ଶେଖର ଦାସ, ମମତା ଦାସ, ବାସନ୍ତୀ ଦେ, କଲ୍ୟାଣୀ ନନ୍ଦ, ଶ୍ରୀରୂପା ମଞ୍ଜରୀ ସେନ୍, ମହେଶ୍ୱର ପ୍ରଧାନ, ଡ. କରୁଣକାର ରାଉଳ, ଜୁମରନାଥ ପାତ୍ର, ଭଗବାନ ଚନ୍ଦ୍ର ଦାସ, କୈଳାସ ଚନ୍ଦ୍ର ଦାସ, ରଞ୍ଜିତ କୁମାର ବେହେରା, ଝରଣା ମଲ୍ଲିକ, ଦେବୀକ୍ରିଷ୍ଣା ଦାସ, ବିଦ୍ୟାଧର ସେଠୀ, ବିନୟ କୁମାର ଦାସ ଏବଂ ଜୟନ୍ତ ଋଣା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସ୍ୱରଚିତ କବିତା ପାଠ କରିଥିଲେ ।

Leave A Reply

Your email address will not be published.