ବଇଁଚାର ପାଖରାବାଡଠାରେ ଜିଲ୍ଲାପରିଷଦଙ୍କ ଦ୍ୱାରା ନୂତନ ରାସ୍ତା ଉଦ୍ଘାଟିତ

0

ବାଲେଶ୍ୱର(ଉଜ୍ଜ୍ୱଳ କର) : ବାଲେଶ୍ୱର ସଦର ବ୍ଲକ ଅର୍ନ୍ତଗତ ବଇଁଚା ପଞ୍ଚାୟତର ପାଖରାବାଡ ଠାରେ ୨୫ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ବସୁନ୍ଧରା ସିଂ ଏକ ନୂତନ ପକ୍କା ରାସ୍ତାର ଉଦ୍ଘାଟନ କରିଛନ୍ତି । ଉକ୍ତ ରାସ୍ତାଟି ବିଶ୍ୱନାଥ ଖଟୁଆଙ୍କ ଘର ଠାରୁ ରଘୁନାଥ ଜେନାଙ୍କ ଘର ପର୍ଯ୍ୟନ୍ତ ୧.୫ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ଜିଲ୍ଲାପରିଷଦଙ୍କ ନିଜସ୍ୱ ପାଣ୍ଠିରୁ ନିର୍ମିତ ହୋଇଅଛି । ଦୀର୍ଘ ଦିନ ଉକ୍ତ ଗ୍ରାମର ଲୋକମାନେ କାଦୁଅରେ ଚାଲି କଷ୍ଟସହୁଥିବା ବେଳେ, ବିଗତ ପଞ୍ଚାୟତ ନିର୍ବାଚନ ସମୟରେ ବିଜେପି ପ୍ରାର୍ଥିନୀ ଭାବେ ଦେଇଥିବା ପ୍ରତିଶୃତିକୁ ପାଳନ କରିଥିବାରୁ ଜିଲ୍ଲାପରିଷଦ ସଭ୍ୟାଙ୍କୁ ଗ୍ରାମବାସୀ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଅଛି । ଏହି ଉତ୍ସବରେ ସଦର ବ୍ଲକ ବିଜେପି ସଭାପତି ତଥା ବୁଆଁଳର ସମିତି ସଭ୍ୟ ଶ୍ରୀ ରବିନାରାୟଣ ମହାପାତ୍ର, ବଇଁଚା ପଞ୍ଚାୟତର ସରପଞ୍ଚ ଅମ୍ବିକା ବେହେରା, ୱାର୍ଡ ସଭ୍ୟ ଅନୀଲ କୁମାର ବେହେରା, ବାଲେଶ୍ୱର ଜିଲ୍ଲା ମିଡିଆ ସଂଯୋଜକ ଗୈାରାଙ୍ଗ ଦାସ, ଭୀମକାନ୍ତ ତରେଇ, ଶ୍ରୀନିବାସ ମହାଳିକ, ଅଶୋକ ଖଟୁଆ, ନବୀନା ଖଟୁଆ, ବଳରାମ ବେହେରା, ପ୍ରଶାନ୍ତ ଜେନା, ଜଳଧର ତରେଇ, ଦୁଃଖିନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।  

 

Leave A Reply

Your email address will not be published.