କ୍ଷତ ଅବସ୍ଥାରେ ଲୁପ୍ତପ୍ରାୟ ପକ୍ଷୀ ବାନ୍ଦୁ  : ଜଙ୍ଗଲ ବିଭାଗକୁ ହସ୍ତାନ୍ତର 

0

ମାଣ୍ଡୋସିଲ/ରାଜେନ୍ଦ୍ର ପ୍ରଧାନ :-ବରଗଡ ଜିଲ୍ଲା ପାଇକମାଲ ଅଞ୍ଚଳରେ ଲୁପ୍ତ ପ୍ରାୟ ପକ୍ଷି ପେଚା (ସ୍ଥାନୀୟ ଭାଷାରେ ବାନ୍ଦୁ ) କୁ ଆମ ମାଣ୍ଡୋସିଲ ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ ଗତ ରାତିରେ ପାଇକମାଲ ରୁ ଆସୁଥିବା ବେଲେ ବରତୁଣ୍ତା  ହାଇସ୍କୁଲ ସାମନା ରାଜ୍ଯ ରାଜପଥ ଉପରେ ଛଟପଟ କରୁଥିବା ପେଚା କୁ ଉଦ୍ଧାର କରି ବିଲମ୍ୱ ରାତ୍ରି ରେ କୌଣସି ଚିକିତ୍ସା କରିନପାରି ସକାଲୁ ନୃସିଂହନାଥ ଜଙ୍ଗଲବିଭାଗ କୁ ଖବର ଦିଆଗଲା। ଜାମସେଠ ସେକସନ ଫରେଷ୍ଟର ରାଜକୁମାର ଚଲାନ ପହଞ୍ଚି ପକ୍ଷିର ତୁରନ୍ତ ଚିକିତ୍ସା ପାଇଁ ସଙ୍ଗେସଙ୍ଗେ ମାଣ୍ଡୋସିଲ ପ୍ରାଣି ଚିକିତ୍ସାଲୟ କୁ ନେଇ ତାର ଚିକିତ୍ସା କରାଇଥିଲେ। ତାର ଗୋଟିଏ ଗୋଡ଼ ଓ ଗୋଟିଏ ଡ଼େଣା ଭାଙ୍ଗି ଯାଇ ଥିବାର ଜଣାପଡିଥିଲା।ଫରେଷ୍ଟର ଚଲାନ ନିଜେ ଶିଘ୍ର ଚିକିତ୍ସା ସୁବିଧା କରାଇଥିବାରୁ ଉପସ୍ଥିତ ଲୋକ ପ୍ରଶଂସା କରିଥିଲେ। ତାକୁ ପାଇକମାଲ କୁ ନିଆଯାଇଥିଲା।ସଂଦ୍ଧ୍ୟା ରେ ଯୋଗାଯୋଗ କରାଯିବାରେ ସେ ସୁସ୍ଥ ଥିବା ବେଳେ ପୁରା ସୁସ୍ଥ ହେବାକୁ ସମୟ ଲାଗିବ ବୋଲି ଜଣାଇଛନ୍ତି। ଗନ୍ଧମାର୍ଦ୍ଦନ ଜଙ୍ଗଲ ଲାଗି ଏ ଅଞ୍ଚଳ ଥିଲେମଧ୍ୟ ଆଗପରି ଆଉ ପେଚା ର ରାବ ବା ପେଚା ଦେଖିବାକୁ ମିଲୁନାହିଁ।ଧିରେ ଧିରେ ଲୁପ୍ତ ପାଇଯାଉଛି।ଅଧିକ ଚିକିତ୍ସା ପାଇଁ ପକ୍ଷି ବିଶେଷଜ୍ଞ ଙ୍କ ଦ୍ୱାରା ଚିକିତ୍ସା କରାଇବାକୁ ଦାବୀ ହୁଏ।

Leave A Reply

Your email address will not be published.