ଯୋଗେଶଙ୍କ ଗୃହ ପ୍ରବେଶ, ବିପୁଳ ସମ୍ବର୍ଧନା :  ମାନ କରି ଆସିଲେନି କୁସୁମଙ୍କ ସମର୍ଥକ

0

 ସୁନ୍ଦରଗଡରୁ ଜିଲ୍ଲା ପ୍ରତିନିଧି ହୋରାଚାନ୍ଦ ଦେଉରିଆ

 ପୁରୁଣା ଛାଡି ନୂଆ ଘର ନିଶ୍ଚିତ ହେବା ପରେ  ଆଜି ଗୃହ ପ୍ରବେଶ କରିଛନ୍ତି ପୂର୍ବତନ ବିଧାୟକ ଯୋଗେଶ ସିଂହ |  କଂଗ୍ରେସ ଛାଡି ଫେବୃଆରୀ ୬ ରେ ବିଜେଡି ରେ ଯୋଗ ଦେବା ସହ ବିଧାୟକ ଆଶାୟୀ ପ୍ରାର୍ଥୀ କୁସୁମ ଟେଟେଙ୍କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ କରାଇ ନିଜ ପାଇଁ ଟିକଟ ନିଶ୍ଚିତ କରାଇବା ପରେ  ଆଜି ଭୁବନେଶ୍ୱର ରୁ ସୁନ୍ଦରଗଡ଼ ଫେରି ଥିବା ଯୋଗେଶ ସିଂ ଙ୍କୁ ବିଜେଡ଼ି ଦଳ ଏକ ଵିଶାଲ ଶୋଭା ଯାତ୍ରା କରି ସ୍ୱାଗତ ଜଣାଇଛି  ଏହିଅବସରରେ ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିଜ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଙ୍କ ବିକାଶ ଧାରା କୁ ସୁନ୍ଦରଗଡ଼ରେ ଠିକ ଭାବେ ପହଞ୍ଚାଇ ବାରେ ମୁ ବିଜେଡ଼ିର ଜଣେ ଭଲ ସିପାହୀ ଭାବେ ଯୋଗ ଦେଇଛି ଓ ସେଇଥିପାଇଁ ମୋ କାର୍ଯ୍ୟ ଧାରା ଜାରୀ ରହିବ, ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ବ ଦେବେ ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ତାକୁ ବିନା ଦ୍ୱନ୍ଦ ରେ ପାଳନ କରିବି ବୋଲି ନିଜ ମତ ରଖିଥିଲେ, ଏପଟେ ବିଧାନସଭା ଟିକଟ କୁ ନେଇ ଟଣାଓଟରା ଚାଲିଥିବା ବେଳେ, ସେ ଟୀକଟ ପାଇବା ଆଶା କେତେ ଫଳ ପ୍ରଦ ପଚାରି ବାରୁ ସେ କହି ଥିଲେ ଟିକଟ କାହାକୁ ମିଳିବ ତାହା ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତ୍ତି ରେ ନିର୍ଭର କରେ ବୋଲି କହିଛନ୍ତି, ହେଲେ ଏହା ନିଶ୍ଚିତ ଯେ ସୁନ୍ଦରଗଡ଼ ର ଲୋକସଭା ସହ ଜିଲ୍ଲାର ୭ ଟି ବିଧାନସଭା ଆସନକୁ ବିଜେଡ଼ି କବଜା କରିବ ବୋଲି ଶ୍ରୀ ସିଂ ମତ ଗଣମାଧ୍ୟମକୁ କହିଲେ, ଅପ୍ରାନ୍ହ  ୪ ଟାରେ ଯୋଗେଶ ସିଂ ସୁନ୍ଦରଗଡ଼ ଜିଲ୍ଲା ର ସୀମାନ୍ତ ଭସ୍ମ। ପହଂଚିବା ପରେ ବିଜେଡ଼ି କର୍ମ କର୍ତ୍ତା, କର୍ମୀ ଓସମର୍ଥକ ମାନେ ତାଙ୍କୁ ଏକ ବାଇକ ଶୋଭା ଯାତ୍ରା କରି ସହରରେ ମେନ ରୋଡ ଦେଇ ବନଦୁର୍ଗା ମନ୍ଦିର ଦେଇ ହସ୍ପିଟାଲ ଛକ,ରଙ୍ଗାଢ଼ିପା,ସୁନାରୀପଡା,ପୁରୁଣା ବସ୍ଷ୍ଟାଣ୍  ଛକଦେଇ ପ୍ରଦକ୍ଷୀଣ ଗୃହକୁ ପହଁଚିଥିଲା | 

Leave A Reply

Your email address will not be published.