ସୀମାନ୍ତରେ ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଠାବ

0 2

ବିପୁଳ ପରିମାଣର ବନ୍ଧୁକ, ଅସ୍ତ୍ରଶସ୍ତ୍ର ତିଆରି ସରଞ୍ଜାମ ଜବତ

ମାଲକାନଗିରି,୨୮/୯: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲା ପୋଲିସ ଓ କୋବ୍ରା ୨୦୩ ସୁରକ୍ଷା ବାହିନୀ ମିଳିତ ଭାବେ ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଠାବକରି ବିପୁଳ ପରିମାଣର ସରଞ୍ଜାମ ଶନିବାର ଜବତ କରିଛନ୍ତି।
ସୂଚନା ଅନୁଯାୟୀ, ସୁକ୍‌ମା ଜିଲା ପୋଲିସ କୋବ୍ରା ୨୦୩ ବାହୀନୀ ମିଳିତ ଭାବେ ମେଟାଗୁଡ଼ା କ୍ୟାମ୍ପରୁ ବାହାରି କୋଇମେଣ୍ଟାର ଏରାପାଲ ଚାରିପାଖ ଜଙ୍ଗଲରେ ମାଓବାଦୀ ବିରୋଧୀ ଅଭିଯାନ କରୁଥିଲେ।
ଏହି ସମୟରେ ରେ କୋଇମେଣ୍ଟାର ନିକଟ ଜଙ୍ଗଲରେ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ତିଆରି ସର ସରଞ୍ଜାମ ମିଳି ଥିଲା ଅଧିକ ଅନୁସନ୍ଧାନ ପରେ ନିକଟରେ ଥିବା ଜଙ୍ଗଲ ମଧ୍ୟରେ ଏକ କାରଖାନା ଦେଖିବାକୁ ପାଇ ଥିଲେ ଏହି କାରଖାନାରେ ମାଓବାଦୀ ବନ୍ଧୁକ, ବନ୍‌ ଅସ୍ତ୍ରଶସ୍ତ୍ର ଓ ବିସ୍ପୋରକ ଆଦି ସାମଗ୍ରୀ ତିଆରି ପାଇଁ ବ୍ୟବହୃତ ବିପୁଳ ପରିମାଣର ଉପକରଣ ଗଚ୍ଛିତ କରି ରଖିଥିଲେ। ସୁଗ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ମାଓବାଦୀମାନେ ଏହି ବନ୍ଧୁକ, ଅସ୍ତ୍ରଶସ୍ତ୍ର ବିସ୍ପୋରକ ତିଆରି କାରଖାନା ପରିଚାଳନା କରୁଥିବା ସୂଚନା ମିଳିଛି। ସୁରକ୍ଷା ବାହିନୀ ପକ୍ଷରୁ ଭୂଲମ୍ବ ଲମ୍ବ ମି ମିଲିଂ ମେଶିନ, ୩ ବେଞ୍ଚ ) ବେଞ୍ଚ ଭାଇସ୍, 39 ବଡ଼ ବିଜିଏଲ୍ ଲଞ୍ଚର, ୧୨ ବିଜିଏଲ୍ ଏଲ୍ ସେଲ୍, ୯୪ ବିଜିଏଲ୍ ହେଡ୍, ହାଣ୍ଡ ଗ୍ରାଇଣ୍ଡର ମେଶିନ, ୬ କାଠ ରାଇପ ବଟ୍, ଭର୍ମର ଟ୍ରିଗର ମେକାନିଜମ୍, ପିସ୍ତଲ , ଭର୍ମର ଟ୍ରିଗର, ୪ ସୌର ବ୍ୟାଟେରି, ୧୦ ବୋର୍‌ୱେଲ ଡ୍ରିଲିଂ ବିଟ୍, ୨ ଗ୍ୟାସ୍ କଟର ହେଡ୍, ୩ ଦିଗ୍‌ଦର୍ଶନ ଆଇଇଡି ପାଇପ, ୬ ଧାତୁ ଯାଞ୍ଚ ପାତ୍ର, ୨ ଖଣ୍ଡ ଷ୍ଟିଲ୍ ପାଣି ପାତ୍ର, ଗୋଟିଏ ଆଲୁମିନିୟମ ପାତ୍ର ସହ ଅନ୍ୟ ଅନ୍ୟ ସାମଗ୍ରୀ ଜବତ କରାଯାଇଛି।

Leave A Reply

Your email address will not be published.