୧୧ କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ଜଣେ ଗିରଫ

8

ସମ୍ବଲପୁର, ୨୧।୧୧:(ଲିପନ ନାଏକ ) ବେଆଇନ ଗଞ୍ଜେଇ କାରବାରରେ ଚଢ଼ଉ କରି ଚାରମାଳ ଥାନା ପୋଲିସ ୧୧ କେଜି ୮୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସୂଚନାନୁଯାୟୀ ଏକ ବିଶ୍ୱସନୀୟ ସୂଚନା ଆଧାରରେ ଗତ ୨୦ ତାରିଖରେ ଚାରମାଳ ଥାନା ପୋଲିସ ଚୁଡ଼ାପୁଡୁଗ ଗ୍ରାମରେ ଚଢ଼ଉ କରିଥିଲା। ଏହି ସମୟରେ ଗ୍ରାମର ହିରେନ୍ଦ୍ର କର୍ଣ୍ଣର ଘରୁ ୧୧ କେଜି ୮୦୦ ଗ୍ରାମ ଗଞ୍ଜେଇ ବାହାରିବା ପରେ ପୋଲିସ ଏହାକୁ ଜବତ କରିଥିଲା।
ଏହି ଘଟଣାରେ ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁସମେଲ (ଆର୍‌ଆର୍‌ କଲୋନୀ)ର ବଳଦେବ ପାଟଣିଆର ୧୯ ବର୍ଷିୟ ପୁଅ ପ୍ରକାଶ ପାଟଣିଆକୁ ପୁଲିସ ଗିରଫ କରିଛି। ଏହି ବେଆଇନ ଗଞ୍ଜେଇ କାରବାରରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ଏନେଇ ଚାରମାଳ ଥାନାରେ ୧୮୫/୨୬, ଏନ୍‌ଡିପିଏସ୍‌ ଆଇନର ଧାରା ୨୦(ବି)(ii)(ବି) ଅନୁଯାୟୀ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.