କୁଚିଣ୍ଡା/ଜମନକିରା(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକର ଦୁଇ ଗୋଟି ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିରିଡ଼ ସରକାରୀ ହାଇ ସ୍କୁଲ ଓ ଭାତପୁରା ହାଇସ୍କୁଲରେ ପଶ୍ଚିମ ଓଡ଼ିଶାର ଗାନ୍ଧୀ ଭାବରେ ଚର୍ଚ୍ଚିତ ନୃସିଂହ ଗୁରୁଙ୍କ ୧୨୫ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି ।ଏହି ଦୁଇ କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସମାଜ ସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନୃସିଂହ ଗୁରୁଙ୍କ ସ୍ୱାଧୀନତା ସଂଗ୍ରାମ ପ୍ରତି ଅବଦାନ, ଉତ୍ସର୍ଗୀକୃତ ସାମ୍ବାଦିକତା ଓ ସମାଜ ସଂସ୍କାର କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଛାତ୍ର ,ଛାତ୍ରୀ କେବଳ ବଡ଼ଲୋକ ହେବ ପଛରେ ନ ଗୋଡାଇ ଭଲ ଲୋକ ହୁଅନ୍ତୁ ବୋଲି ଆହ୍ୱାନ ଦେଇଥିଲେ ।କୁଚିଣ୍ଡା ବ୍ଲକ ର ପୂର୍ବତନ ଅଧ୍ୟକ୍ଷ , ସାମାଜିକ କର୍ମୀ କରୁଣାକର କିସାନ, ନୃସିଂହ ଗୁରୁଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ । ଶିରିଡ ଠାରେ ପ୍ରଧାନ ଶିକ୍ଷକ ମନୋଜ କୁମାର ସାହୁ ଓ ଭାତପୁରା ଠାରେ ରତନ ଲାଲ ସିଂହ ସଭାପତିତ୍ଵ କରିଥିବା ବେଳେ ଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଓ ଜାତୀୟ ଗୀତ ଗାନ କରିଥିଲେ ।କାର୍ଯ୍ୟକ୍ରମ ଦ୍ୱୟକୁ ଗେହ୍ଲଇ ଚରଣ ସାହୁ ଓ ପ୍ରଦୀପ୍ତ ବାରିକ ପରିଚ୍ଛନ୍ନ କରିଥିଲେ । ନୃସିଂହ ଗୁରୁ ଙ୍କ ଜୀବନୀ ଆଧାରିତ ପୁସ୍ତକ କୁ ଅତିଥି ଗଣ ଓ କର୍ପଣ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସୁମନ୍ତ ମହକୁଲ,ସୁବ୍ରତ ପଣ୍ଡା, କାଜଲ ଆଇନ, ଅଧେଶ ଲୁହୁରା ଓ ଧର୍ମେନ୍ଦ୍ର ପଧାନ ନୃସିଂହ ଗୁରୁଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ଶେଷରେ ସୀମା ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।