ରିହାତି ଋଣ ନାଁରେ ଲକ୍ଷାଧିକ ଠକେଇ ମହିଳା ବ୍ୟାଙ୍କ ମିତ୍ରଙ୍କୁ ୩ବର୍ଷ କାରାଦଣ୍ଡ ରାଜ୍ୟ By SPNEWS On Sep 28, 2025 0 2 Share ମାଲକାନଗିରି,୨୮/୯: ସବସିଡି ଋଣ କରିଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ମାମଲାର ବିଚାର କରି ମୋଟୁ ଜେଏମଏଫସି କୋର୍ଟର ବିଚାରପତି ଅଂଶୁମାନ ଦାଶ ଅଭିଯୁକ୍ତ ମହିଳା ବ୍ୟାଙ୍କ ମିତ୍ର ଶାରଳା ମଣ୍ଡଳଙ୍କୁ ତିନିବର୍ଷ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟରେ ଆଉ ତିନିମାସ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି| ମାଲକାନଗିରି ଜିଲ୍ଲା ମୋଟୁ ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ୟ କରୁଥିବା ଶାରଳା ମଣ୍ଡଳ ୨୦୨୪ ମସିହାରେ ମୋଟୁ ଅଞ୍ଚଳର ଅନେକ ଲୋକଙ୍କୁ ସବସିଡି ଋଣ କରାଇଦେବା ପାଇଁ ଲକ୍ଷାଧିକ ଟଙ୍କା ଆଦାୟ କରିଥିଲେ। କିନ୍ତୁ ଋଣ କରାଇନଥିଲେ। ଏସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ଶାରଳା ମଣ୍ଡଳ ଫେରାର୍ ହୋଇଯାଇଥିଲେ । ତାଙ୍କୁ ଆନ୍ଧ୍ରପ୍ରଦେଶରୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲା ମୋଟୁ ଜେଏମଏଫସି କୋର୍ଟରେ ବିଚାରଧୀନ ଥିଲା। ଗତକାଲି ଜେଏମଏଫସି କୋର୍ଟର ବିଚାରପତି ଶ୍ରୀ ଦାଶ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବ୍ୟାଙ୍କ ମିତ୍ର ଶାରଳା ମଣ୍ଡଳଙ୍କୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ତାପସ କୁମାର ନାଥ ପରିଚାଳନା କରିଥିଲେ । 0 2 Share FacebookTwitterGoogle+ReddItWhatsAppPinterestEmail