କୁଚିଣ୍ଡାରେ ବିଜେପିରେ ଶତାଧିକ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଯୋଗଦାନ

2

କୁଚିଣ୍ଡା, (ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିର୍ବାଚନ ମଣ୍ଡଳୀ କୁଚିଣ୍ଡା ବ୍ଲକ୍ ଜୋନ୍-୧ ରେ ଆଜି ସ୍ଥାନୀୟ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ କିଶୋର ଚନ୍ଦ୍ର ପୃଷେଠ, ଭବାନୀ ଶଙ୍କର ସେଠ, ଫକୀର ମିଶିର, ବିନୋଦ ଚୌଧୁରୀ, ପୂର୍ଣ୍ଣ ଚନ୍ଦ୍ର ଛଛାନ, ପ୍ରଦୀପ ସୁନାନୀ, ଯେହେରୁ କିସାନ, ଇନ୍ଦ୍ରମଣି ଲୁହା, ପୌଲଷ୍ଟୀ ମନୋହାରୀ, ଅଶ୍ୱିନୀ ମାଝୀ ଓ ସନାତନ ନାୟକ, ରମେଶ ଚନ୍ଦ୍ର ପଟେଲ, ସୁରଥ ପ୍ରଧାନ, ଗୋବିନ୍ଦ ମାଝୀ, ସୁଶୀଲ ପଟେଲ, ବଶିଷ୍ଠ ପଟେଲ ଆଦି ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସହ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ସମ୍ମାନସ୍ପଦ ବ୍ୟକ୍ତି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି। ମାନ୍ୟବର ଗ୍ରାମ୍ୟଉନ୍ନୟନ ଓ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନାଏକ ଯୋଗଦାନ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାଏକ କହିଥିଲେ, ବିଜେପିର ବିକାଶମୂଳକ ନୀତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାରେ ହେଉଥିବା ବିକାଶ କାର୍ଯ୍ୟ ଦେଖି ଲୋକେ ଦଳ ପ୍ରତି ଆକୃଷ୍ଟ ହେଉଛନ୍ତି। ନୂତନ ଭାବେ ଯୋଗଦେଇଥିବା କାର୍ଯ୍ୟକର୍ତ୍ତାଙ୍କ ଯୋଗଦାନରେ କୁଚିଣ୍ଡା ଅଞ୍ଚଳରେ ଦଳ ଆହୁରି ମଜବୁତ୍ ହେବ। ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ରାଜକୁମାର ରକ୍ସା, ଉପସଭାପତି ମକରଧ୍ୱଜ ପଟେଲ, ଶତ୍ରୁଘନ ନାଏକ, ତ୍ରିଲୋଚନ ରଣା, ପୂର୍ଣ୍ଣଚନ୍ଦ୍ର ପଟେଲ ସମେତ ଅନେକ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.