ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ବାତ୍ୟା ‘ଆକ୍ଭାନ୍’ ସମୟରେ ଜଗନ୍ନାଥପ୍ରସାଦ ତହସିଲ ଅନ୍ତର୍ଗତ ସିସୁଣ୍ଡା ନିକଟସ୍ଥ ମହୁଲଖମଣା ନଦୀବନ୍ଧରେ ସୃଷ୍ଟି ହୋଇଥିବା ଘାଇ ଯୋଗୁଁ ନାଚୁଣୀ ନାଳ ଓ ଝାଙ୍କୁଡ଼ି ନାଳର ଜଳସ୍ତର ବୃଦ୍ଧି ପାଇ ବିଭିନ୍ନ ଗ୍ରାମର ଚାଷଜମି ଜଳମଗ୍ନ ହେବା ସହ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି।
ଏହି ପରିପ୍ରେକ୍ଷୀରେ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଜଗନ୍ନାଥପ୍ରସାଦ ତହସିଲ ଅନ୍ତର୍ଗତ ବିଭିନ୍ନ କ୍ଷତିଗ୍ରସ୍ତ ଗ୍ରାମ ପରିଦର୍ଶନ କରି ଜଳମଗ୍ନ ଓ କ୍ଷତିଗ୍ରସ୍ତ ଧାନ ଫସଲ ଜମିର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମୟରେ ସେ ପ୍ରଭାବିତ ଚାଷୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଫସଲ କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଥିଲେ। କ୍ଷତିଗ୍ରସ୍ତ ଚାଷଜମିର ତୁରନ୍ତ ଆକଳନ କରି ଆବଶ୍ୟକୀୟ ରିପୋର୍ଟ ପ୍ରସ୍ତୁତ କରିବାକୁ ଉପଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଉପଜିଲ୍ଲାପାଳ ଶ୍ରୀ ବେହେରା ବୁଗୁଡ଼ା ତହସିଲ ଅନ୍ତର୍ଗତ କରଚୁଳଲି, ବିରଞ୍ଚିପୁର, ଉଦୟପୁର ଓ ମାଣିକେଶ୍ୱର ଅଞ୍ଚଳ ପରିଦର୍ଶନ କରି ବାତ୍ୟା ଓ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଧାନ ଫସଲ ଜମିର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି କ୍ଷେତ୍ର ପରିଦର୍ଶନ ସମୟରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ଟୁଲିଆମା, ସମ୍ପୃକ୍ତ ତହସିଲର ତହସିଲଦାର , ବିଡିଓ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀମାନେ ଏହି ସମୟରେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.