ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଆବାହନ

3

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ଏବଂ ଏନ୍ଏସିର ବିଭିନ୍ନ ଅନୁଷ୍ଠାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ଆବାହନ କରାଯାଇଛି I ବେଲଗୁଣ୍ଠା ସ୍ଥିତ ଲକ୍ଷ୍ମୀ ନାରାୟଣ ଅଟୋ ମୋବାଇଲ୍ ୱର୍କସପ୍ ରେ ପ୍ରତିଷ୍ଠାତା ସୂର୍ଯ୍ୟନାରାୟଣ ତ୍ରିପାଠି ଏବଂ ବନବାସୀ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପୂଜାରେ ବୁଲୁ ରଥ ପୁରୋହିତ ରୂପେ ଦାୟିତ୍ୱ ତୁଲାଇଥିବା ବେଳେ କର୍ମଚାରୀ ସୁବାଷ ମହାରଣା ଏବଂ ମନୋଜ ଭାଇ ସହଯୋଗ କରିଥିଲେ I ଅନୁଷ୍ଠାନ ତରଫରୁ ୫୦୦ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା I ସାଇ ଆଇଟିଆଇରେ ଅଧ୍ୟକ୍ଷ ମଧୁସୂଦନ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବିଶ୍ଵକର୍ମା ପୂଜାରେ ଗାନୁ ପତି ପୁରୋହିତ ଦାୟିତ୍ୱ ତୁଲାଇଥିବା ବେଳେ ଅନୁଷ୍ଠାନର କର୍ମଚାରୀ ଏବଂ ଛାତ୍ରଛାତ୍ରୀ ପୂଜାରେ ଅଂଶଗ୍ରହଣ କରିଥିଲେ I ସହରାଞ୍ଚଳ ପାନୀୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟରେ ଦୁର୍ଗାପ୍ରସାଦ ପତି ପୁରୋହିତ ଦାୟିତ୍ୱ ତୁଲାଇଥିବା ବେଳେ ସହକାରୀ ଯନ୍ତ୍ରୀ ମୃତ୍ୟୁଞ୍ଜୟ ସାହୁ କର୍ତ୍ତା ରୂପେ ଦାୟିତ୍ୱ ତୁଲାଇଥିଲେ ଏବଂ କର୍ମଚାରୀମାନେ ସହଯୋଗ କରିଥିଲେ I ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ତରଫରୁ ଅନୁଷ୍ଠିତ ପୂଜାରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ I ସେହିପରି କ୍ଷତ୍ରିୟବରପୁର ସ୍ଥିତ ବୁଢାକେନ୍ଦୁ ଶିଳ୍ପ ତାଲିମ୍ କେନ୍ଦ୍ରରେ ଅନୁଷ୍ଠିତ ବିଶ୍ଵକର୍ମା ପୂଜାରେ ପ୍ରତିଷ୍ଠାତା ଚିତ୍ତରଞ୍ଜନ ରଥ କର୍ତ୍ତା ରୂପେ ଏବଂ ପୁରୋହିତ ରୂପେ ଶିବରାମ କର ଦାୟିତ୍ୱ ତୁଲାଇଥିଲେ I ସେହିପରି ଅଞ୍ଚଳର ବିଭିନ୍ନ ଗ୍ୟାରେଜ୍, ୱାର୍କସପ୍, ବେଲଗୁଣ୍ଠା ସ୍ଥିତ ବମ୍ବେ ଷ୍ଟିଲ୍ ୱାର୍କଶପ ଏବଂ ଅନ୍ୟାନ୍ୟ ଅନୁଷ୍ଠାନରେ ମହାସମାରୋହରେ ଦେବଶିଳ୍ପୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି I

Leave A Reply

Your email address will not be published.