ବାଲୁଗାଁ:(ସେକ କୌସର):ବୁଧବାର ଦିନ ଚିଲିକା ବ୍ଲକ ଅଧିନସ୍ଥ ଡୁଙ୍ଗମାଳ ଏବଂ ସିଙ୍ଗେଶ୍ୱର ଗ୍ରାମପଞ୍ଚାୟତ ଠାରେ ପୃଥକ ଭାବେ ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ହୋଇଯାଇଅଛି।ଉକ୍ତ କାର୍ଯ୍ୟକ୍ରମକୁ ବାଲୁଗାଁ ସହକାରୀ ଶ୍ରମ ଅଧିକାରୀ ସୌମ୍ୟ ରଞ୍ଜନ କର ପରିଚାଳନା କରିଥିବା ବେଳେ ଉକ୍ତ ଶିବିରରେ ଜିଲ୍ଲା ଶ୍ରମ ଅଧିକାରୀ ମୋନାଲିସା ଜେନା,ଜିଲ୍ଳା ସହକାରୀ ଶ୍ରମ ଅଧିକାରୀ ବିକାଶ କୁମାର ନାୟକ,ବାଲୁଗାଁ ଥାନାଧିକାରୀ ଜୟ ପ୍ରକାଶ ପରିଡା,ଉଭୟ ଗ୍ରାମ ପଞ୍ଚାୟତ ସରପଞ୍ଚ,ନାଏବ ସରପଞ୍ଚ ସମିତି ସଭ୍ୟ,ବିଭିନ୍ନ ଟ୍ରେଡ ୟୁନିଅନ ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଶ୍ରମିକ ତଥା ଅଞ୍ଚଳବାସୀ ମାନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ବହୁବିଧ ଯୋଜନା ସମ୍ବନ୍ଧରେ ସଚେତନ କରାଯିବା ସହ ଆନ୍ତଃରାଜ୍ୟ ଶ୍ରମିକ ତଥା ଦେଶ ବାହାରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ପାଇଁ ଆଇନରେ ଥିବା ପ୍ରାବଧାନ ସମ୍ପର୍କରେ ସଚେତନ କରାଯାଇଥିଲା।ଏହି ଅବସରରେ ଯୋଗ୍ୟ ୨୮ ଜଣଙ୍କୁ ନିର୍ମାଣ ଶ୍ରମିକ କାର୍ଡ ବଣ୍ଟନ କରାଯାଇଥିଲା।ଏଥିସହ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଦିବସରେ “ଏକ୍ ପେଡ୍ ମା କେ ନାମ୍” କାର୍ଯ୍ୟକ୍ରମ ଜରିଆରେ ୭୫ ଜଣ ନିର୍ମାଣ ଶ୍ରମିକଙ୍କୁ ଫଳ ଜାତୀୟ ଚାରା ଯୋଗାଇ ଦିଆଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post