ରାୟଗଡା /କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ କଂସାରୀଗୁଡା ସ୍ଥିତ ଆଦିତ୍ୟ ଆଲୁମିନା ରିଫାଇନରୀ ପ୍ରାଙ୍ଗଣରେ ବିଶ୍ୱକର୍ମା ପୂଜା ଭବ୍ୟ ଭାବରେ ପାଳିତ ହୋଇଲା।
ଏହି ପୂଜା କାର୍ଯ୍ୟକ୍ରମରେ ୟୁନିଟ୍ ହେଡ୍ ମଜହେର ବେଗ, ଏଚଆର୍ ହେଡ୍ ଦୀପକ ମହାନ୍ତି, ସିଏସଆର୍ ହେଡ୍ ତନ୍ମୟ ମହାନ୍ତି, ଆଞ୍ଚଳିକ ବିକାଶ ପରିଷଦ ସଭାପତି ଡଉଲ ଚୌଧୁରୀ, ଉପଦେଷ୍ଟା ରାଜେନ୍ଦ୍ର ଦୁରିଆ, ଉପସଭାପତି ନୀଳକଣ୍ଠ ଝୋଡ଼ିଆ ସହିତ ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ଓ ଅନେକ ଅଞ୍ଚଳବାସୀ ଉପସ୍ଥିତ ହୋଇଥିଲେ।
ପାରମ୍ପରିକ ଆଚାର-ବିଧି ସହିତ ପାଳିତ ହୋଇଥିବା ଏହି ପୂଜାରେ କାର୍ଯ୍ୟକ୍ଷେତ୍ରର ସୁରକ୍ଷା, ଯନ୍ତ୍ରପାତିର ସୁଚାଳନା ଓ କର୍ମଚାରୀଙ୍କ ମଙ୍ଗଳକାମନା ପାଇଁ ପ୍ରାର୍ଥନା କରାଗଲା।
ସମାରୋହ ପରେ ଉପସ୍ଥିତ ଅତିଥିମାନେ ସମୁଦାୟ ଓ ଶିଳ୍ପକୁ ସହଯୋଗୀ ଭାବରେ ଆଗେଇ ନେବାରେ ଆଶା ପ୍ରକାଶ କଲେ।
Sign in
Sign in
Recover your password.
A password will be e-mailed to you.