ବାଣପୁର:(ସେକ କୌସର): ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ପରିଦର୍ଶନରେ ଆସି ନୂତନ ଏସପି ବିବେକାନନ୍ଦ ଶର୍ମା ଦୁଇ ଗୋଟି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଥାନା ପ୍ରାଙ୍ଗଣରେ ନିର୍ମିତ ନୂତନ ଛାୟାଘର ଭିତରେ ପୋଲିସ ଗାଡ଼ି ରଖିବା ନିର୍ଦ୍ଦିଷ୍ଟ ସ୍ଥାନକୁ ଉଦଘାଟନ କରିଥିଲେ ଏସପି। ଏହି ସ୍ଥାନରେ “ରିଜର୍ଭଡ଼ ” ଚିହ୍ନ ଦ୍ୱାରା ଚିହ୍ନିତ ଦୁଇଟି ଗାଡ଼ି ସ୍ଥାନ, ମାରିଗୋଲ୍ଡ ଫୁଲର ଶୋଭା, ଓଡିଶା ପୋଲିସ ଲୋଗୋ ସହିତ ଦେଖିବାକୁ ମିଳିଥିଲା, ଯାହାକି ଥାନାର ବୃହତ୍ ଦୃଷ୍ଟିକୋଣ ଓ ବ୍ୟବସ୍ଥାପନ ଦକ୍ଷତାକୁ ପ୍ରତିବିମ୍ବିତ କରେ।ସେହିପରି ଭାବେ ପରିବେଶ ସୁରକ୍ଷା ଓ ସାଂସ୍କୃତିକ ମୂଲ୍ୟବୋଧକୁ ଉଦ୍ବୋଧିତ କରିବା ଉଦ୍ଦେଶ୍ୟରେ ଏସ୍ପିଙ୍କ ଦ୍ୱାରା “ମା ପାଇଁ ଗଛଟିଏ” ଅଭିଯାନ ଅନ୍ତର୍ଗତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଣପୁର ଥାନା ଆଇଆଇସି ରମେଶ କୁମାର ଦେବତା ଓ ସମସ୍ତ ଥାନା କର୍ମଚାରୀମାନେ ମିଳିମିଶି ଉକ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେଇଥିଲେ। ଏହାପରେ ଏସପି ଶ୍ରୀ ଶର୍ମା ମା’ ଭଗବତୀ ମନ୍ଦିର ଦର୍ଶନ କରି ମା’ଙ୍କ ଆଶୀର୍ବାଦ ଭିକ୍ଷା ଗ୍ରହଣ କରିଥିଲେ।ଉକ୍ତ ସମୟରେ ସେ ସ୍ଥାନୀୟ ସେବାୟତ ଏବଂ ଜନସାଧାରଣଙ୍କ ସହ ମନ୍ଦିର ଓ ସହରର ସୁରକ୍ଷା ନେଇ ବିଭିନ୍ନ ବ୍ୟବସ୍ଥା ବିଷୟରେ ଆଲୋଚନା କରିବା ସହ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ବାଣପୁର ଆଇଆଇସିଙ୍କୁ ନିର୍ଦେଶ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.