ତିର୍ତ୍ତୋଲ ଧୋୟା ଅଞ୍ଚଳର ୩ଜଣ ଚୋରା ମଦ ବେପାରୀ  ଗିରଫ

0

ତିର୍ତ୍ତୋଲ/Ramesh Mohanty  :ତିର୍ତ୍ତୋଲ ଥାନା ଅଧିନସ୍ଥ ଧୋୟା ଅଞ୍ଚଳରୁ ୩ଜଣ ଚୋରା ମଦ ବ୍ୟବସାୟୀଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନାନୁଯାୟୀ ତିର୍ତ୍ତୋଲ ଧୋୟା ଅଞ୍ଚଳରେ ପ୍ରଚୁର ଚୋରା ମଦ ବ୍ୟବସାୟ ହେଉଥିବା ଖବର ପାଇ ଜଗତସିଂହପୁର ଜିଲ୍ଲା ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ଙ୍କ ନିର୍ଦ୍ଦେଶରେ ତିର୍ତ୍ତୋଲ ଅବକାରୀ ବିଭାଗ ସଂନ୍ଧ୍ଯା ସମୟରେ ଅଚାନକ ଚଢାଉ କରି ତିର୍ତ୍ତୋଲ ଧୋୟା ଅଞ୍ଚଳର ବିଳାସପୁର ଧରଣିଛକର ଚୋରା ମଦ ବ୍ୟବସାୟୀ ଧରଣୀ ସେଠୀ ଙ୍କୁ ଗିରଫ କରିଥିଲେ।ପରଦିନ ଭୋର ସମୟରେ ସରଳପୁର ଗ୍ରାମର ଚୋରା ମଦ ବ୍ୟବସାୟୀ ପ୍ରତାପ ମଲ୍ଲିକଙ୍କୁ ଦେଶୀ ମଦ ସହିତ ଗିରଫ କରିବା ପରେ କୋଲଟା ର ଚୋରା ମଦ ବ୍ୟବସାୟୀ ଧୃବ ବେହେରାଙ୍କୁ ଦେଶୀ ମଦ ସହିତ ଗିରଫ କରାଯାଇଥିଲା। ପରେ ଏହି ୩ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।ଏହି ଚଢାଉରେ ତିର୍ତ୍ତୋଲ ଅବକାରୀ ଏସ୍ ଆଇ ଲକ୍ଷ୍ମୀଧର ପ୍ରଧାନଙ୍କ ସହିତ ଏ ଏସ ଆଇ ପ୍ରସନ୍ନ ପାଣି,କନେଷ୍ଟବଳ ପ୍ରକାଶ ରାଉତ,ସୌମ୍ୟ ରଞ୍ଜନ ବେହେରା,ମନୋଜ ପରିଡା ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.